ଫୁଲବାଣୀ,୦୧/୧୧/୨୦୨୨(ଓଡ଼ିଶା ସମାଚାର)- ଆଜି (ମଙ୍ଗଳବାର) ସନ୍ଧ୍ୟାରେ ଏକ ସଡକ ଦୁର୍ଘଟଣାରେ ଫୁଲବାଣୀର ୱେବ ଚ୍ୟାନେଲ ଓ ପୃଷ୍ଠଭୂମି ଖବର କାଗଜର ଯୁବ ସାମ୍ବାଦିକ ବିକାଶ ମିଶ୍ରଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ୱେବ ସାମ୍ବାଦିକ ବିକାଶ ଡିଗାଲ ଗୁରୁତର ଆହତ ହୋଇଛନ୍ତି । ସୂଚନା ରୁ ଜଣାପଡ଼ିଛି , କୌଣସି ସମ୍ବାଦ ସଂଗ୍ରହ କରିବାକୁ ଏକ ବାଇକରେ ଦୁଇ ସାମ୍ବାଦିକ ଖଜୁରୀପଡା ଯାଉଥିବା ବେଳେ ସମ୍ବେ ପଦର ନିକଟରେ ଏକ ଗାଡି ବାଇକକୁ ପଛରୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବିକାଶ ମିଶ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ବିକାଶ ଡିଗାଲ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଖବର ପାଇ ଖଜୁରୀପଡା ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଦୁହିଁଙ୍କୁ ଉଦ୍ଧାର କରି ପ୍ରଥମେ ଖଜୁରୀପଡା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ବିକାଶ ଡିଗାଲଙ୍କୁ ଗୁରୁତର ଅବସ୍ଥା ରେ ଫୁଲବାଣୀ ସଦରମହକୁମା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ସାମ୍ବାଦିକ ବିକାଶ ମିଶ୍ରଙ୍କ ଅକାଳ ମୃତ୍ୟୁରେ ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ପ୍ରେସକ୍ଲବ ସଭାପତି ସୁନୀଲ ପଟନାୟକ, ସମ୍ପାଦକ ପ୍ରଶାନ୍ତ ବେହେରା, ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ଡ଼ଃ. ଅରୂପ ଜେନା, ସାଧାରଣ ସମ୍ପାଦକ ଅଶୋକ ପରିଡା ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ମୃତ ବିକାଶ ମିଶ୍ରଙ୍କ ପରିବାରକୁ କ୍ଷତିପୂରଣ ରାଶି ଯୋଗାଇଦେବାକୁ ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ ଓ ଜିଲ୍ଲା ସଙ୍ଘ ସଭାପତି ଡ଼ଃ. ଅରୂପ ଜେନା ଦାବି କରିଛନ୍ତି ।
Home / ତାଜା ଖବର / ସଡକ ଦୁର୍ଘଟଣାରେ ୱେବ ଚ୍ୟାନେଲ ସାମ୍ବାଦିକ ବିକାଶ ମିଶ୍ରଙ୍କର ମୃତ୍ୟୁ, ବିକାଶ ଡିଗାଲ ଗୁରୁତର ଆହତ