ନିରାକାରପୁର, ୦୧/୧୧/୨୦୨୨(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ରାମେଶ୍ବର ଛକ ନିକଟରେ ଦୁଇ ଯୁବ ଗୋଷ୍ଠୀ ମଧ୍ୟରେ ରାସ୍ତା ରେ ପିଟା ପିଟି ହୋଇଛି । ସୁଚନା ଅନୁଯାୟୀ କୈାଣସି କାରଣରୁ ନେଇ ଦୁଇଟି କାରରେ ଆସିଥିବା ଦୁଇ ଯୁବ ଗୋଷ୍ଠୀ ମଧ୍ୟରେ ରାସ୍ତା ରେ ମାଡ଼ ପିଟି ହୋଇଥିଲେ । ଗୋଟିଏ ଗୋଷ୍ଠୀ ର ଯୁବକ ମାନେ ଅନ୍ୟ ଗୋଷ୍ଠୀ ର ଯୁବକ ମାନଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଥିଲେ । ସ୍ଥାନିୟ ଲୋକେ ଏହାକୁ ଦେଖିପାରି ଦୁଇ ଗୋଷ୍ଠୀ ର ଚାରିଜଣ ଯୁଵକଙ୍କୁ ଅଟକାଇ ଗାଡି କୁ ଜବତ କରି ପୋଲିସ କୁ ଖବର ଦେଇଥିଲେ । ନିରାକାରପୁର ପୋଲିସ ଘଟଣାସ୍ଥଳରେ ପହଂଚି ଗାଡି କୁ ଥାନା କୁ ନେବା ସହ ଯୁବକଙ୍କଙ୍କୁ ପଚରା ଉଚୁରା ଚଳାଇଛି। ପୋଲିସ ତଦନ୍ତ ରେ ବାଧା ଉପୁଜିଥିବା ଆଶଙ୍କାରେ ସୂଚନା ମିଳିପାରି ନାହିଁ।