ଖୋର୍ଦ୍ଧା,୧/୧୧/୨୨(ଓଡିଶା ସମାଚାର/ଦୀପକ ପ୍ରଧାନ) – ଜଂକିଆ ଥାନା ସିକୋ ଫାଣ୍ଡି ଗଉଡିଆପାଟଣା ଖଣ୍ଡିଆବାଂଫି ସାହି ନିକଟ ଜଂଗଲରେ ବନ କର୍ମଚାରୀମାନଙ୍କ ମାଡରେ ଜଣେ ଯୁବକ ଲହୁ ଲୁହାଣ ହୋଇଛନ୍ତି ।ଗତମାସ ୨୩ ତାରିଖରେ ଜଂଗଲ ଜମିରୁ ଲଘୁଜଖଣିଜ ଦ୍ରବ୍ୟ ବେଆଇନ ଚାଲାଣ ବେଳେ ବନ ବିଭାଗ ପକ୍ଷରୁ ରୋକିବା ପାଇଁ ଯିବା ବେଳେ ମାଫିଆମାନେ ଛତ୍ରଭଗଂ ଦେଇ ଫେରାର ହୋଇଯାଇଥିଲେ।ବନବିଭାଗ ପଥର ଖଣିରୁ ଗୋଟିଏ ଟ୍ରାକ୍ଟର ଜବତ କରି ଆଣୁଥିଲା ବେଳ ମାଫିଆମାନେ ଆକ୍ରମଣ କରି ବଳପୂର୍ବକ ଟ୍ରାକ୍ଟର ଛଡାଇନେଇ ପଳାଇଥିଲେ।ଏ ସଂମ୍ପର୍କରେ ଭୂଷଣ୍ଡପୁର ଫରେଷ୍ଟର ଡିପାର୍ଟମେଣ୍ଟାଲ କେସ ରୁଜୁ କରିଥିବା ଫରେଷ୍ଟର ସୂଚନା ଦେଇଛନ୍ତି।୩୦ ତାରିଖରେ ପୁନର୍ବାର ବନବିଭାଗ ପକ୍ଷରୁ ଲଘୁଖଣିଜ ପଦାର୍ଥ ଚୋରା ଚାଲାଣ ରୋକିବା ପାଇଁ ଚଢ଼ାଉ ହୋଇଥିଲା । ବନବିଭାଗର ଚଢ଼ାଉ ଦେଖି ମନୋରଂଜନ ନାମକ ଯୁବକ ଦୈ।ଡି ପଳାଇଥିଲା।ମାଙ୍କଡ଼ା ପଥର ଚୋର ଭାବି ତାଙ୍କୁ ବନ କର୍ମଚାରୀ ମନୋରଂଜନକୁ କାବୁ କରି ଉଠାଇ ନେଇ ମାଡ ମାରି ଛାଡି ଦେଇଥିବା ସୂଚନା ମିଳିଥିବା ବେଳେ ଘଟଣାକୁ ଚପାଇଦେବାକୁ ବନବିଭାଗ ପକ୍ଷରୁ ଉଦ୍ୟମ ଚାଲିଛି। ମନୋରଂଜନ ପ୍ରଥମେ ବୋତଳମା ହସପିଟାଲ ଓ ପରେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ଆସିବା ପରେ ଘଟଣା ପଦାକୁ ଆସିଥିଲା।ମନୋରଂଜନଙ୍କ ପରିବାର ପକ୍ଷରୁ ଆଜି ଏ ସମ୍ପର୍କରେ ଜଂକିଆ ପୋଲିସ ନିକଟରେ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି।