Saturday , June 10 2023
Breaking News
Home / ବିଶେଷ / ବ୍ଲକ୍ ସ୍ତରୀୟ ସରପଂଚ ପ୍ରଶିକ୍ଷଣ କର୍ମଶାଳା ଉଦଘାଟିତ

ବ୍ଲକ୍ ସ୍ତରୀୟ ସରପଂଚ ପ୍ରଶିକ୍ଷଣ କର୍ମଶାଳା ଉଦଘାଟିତ

ଗରଦପୁର, ୦୧/୧୧/୨୦୨୨(ଓଡ଼ିଶା ସମାଚାର)- ପଂଚାୟତ ପ୍ରତିନିଧି ମାନଙ୍କର ପ୍ରଥମ ଦଫା ପ୍ରଶିକ୍ଷଣ ଆରମ୍ଭ ହୋଇଛି । ଗରଦପୁର ବ୍ଲକ୍ ଅନ୍ତର୍ଗତ ମଦନାସ୍ଥିତ ଗୀତା ସ୍ୱେଛାସେବୀ ଅନୁଷ୍ଠାନର ସମ୍ମିଳନୀ କକ୍ଷରେ ଆଜି ଗରଦପୁର ଓ ଡ଼େରାବିଶ ବ୍ଲକ୍ ର ସରପଂଚ ମାନଙ୍କର ଏକ ୫ ଦିନିଆ ପ୍ରଶିକ୍ଷଣ କର୍ମଶାଳା ଉଦଘାଟିତ ହୋଇ ଯାଇଛି । ଏଥିରେ ଗରଦପୁର ବ୍ଲକ୍ ବିଡ଼ିଓ ଧର୍ମ ରଂଜନ ପଣ୍ଡା ଯୋଗଦେଇ କର୍ମଶାଳାର ଉଦଘାଟନ କରିଥିବାବେଳେ ଏଥିରେ ସମ୍ମାନୀତ ଅତିଥି ଭାବେ ଡ଼ିଆରଡ଼ିଏ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମନ୍ଦରଧର ମହାଳିକ, କାର୍ଯ୍ୟକ୍ରମ ପ୍ରବନ୍ଧକ ଅବ୍ଦୁଲ ରହେମାନ ଖାନ୍ , ଅନ୍ୟତମ କାର୍ଯ୍ୟକ୍ରମ ପ୍ରବନ୍ଧିକା ମନୀଷା ଗୁପ୍ତା , ଜିଲା ପରିମଳ ପରାମର୍ଶଦାତା ଇତିଶ୍ରୀ ରାଉତ ଓ ଗ୍ରାମ ପଂଚାୟତ ସମ୍ପ୍ରସାରଣ ଅଧିକାରୀ ନିର୍ମଳ କୁମାର ରାଉତ ପ୍ରମୁଖ ଯୋଗଦେଇ ତ୍ରିସ୍ତରୀୟ ପଂଚାୟତିରାଜ ବ୍ୟବସ୍ଥାରେ ସରପଂଚ ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଏଫଆଇଆରଡ଼ି ର ପ୍ରଶିକ୍ଷକ ଲଳିତ କୁମାର ସାହୁ ଓ ଲଳିତାଂଜଳୀ ଦାସ ସରପଂଚ ମାନଙ୍କୁ ସେମାନଙ୍କ ଦାୟିତ୍ୱ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଗୀତା ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ପ୍ରଶାନ୍ତ କୁମାର ମିଶ୍ର କାର୍ଯ୍ୟକ୍ରମ ରେ ସଭାପତିତ୍ୱ କରିଥିଲେ । ପ୍ରାରମ୍ଭରେ ଶିକ୍ଷକ ତଥା ଗୀତିକାର କୁଂଜ ବିହାରୀ ପାଣି ସ୍ୱାଗତ ଅଭିଭାଷଣ ଦେବା ସହିତ ବନ୍ଦେ ଉକ୍ରଳ ଜନନୀ ଗାନ କରିଥିଲେ । ଏହି କର୍ମଶାଳାରେ ଡ଼େରାବିଶ ବ୍ଲକ୍ ର ୨୮ ଓ ଗରଦପୁର ବ୍ଲକ୍ ର ୧୮ ଟି ପଂଚାୟତର ୪୬ ଜଣ ସରପଂଚ ଅଂଶ ଗ୍ରହଣ କରିଛନ୍ତି । ଏହି କର୍ମଶାଳା ୫ ଦିନ ଧରି ଚାଲିବ । ଏହି କାର୍ଯ୍ୟକ୍ରମକୁ ଅନ୍ୟମାନଙ୍କ ମଧ୍ୟରେ ମୁରଲୀଧର ଲେଙ୍କା, ରୋଜାଲିନ୍ ବେହୁରା, ସମ୍ବିତ ମିଶ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published.