Wednesday , May 31 2023
Home / ବିଶେଷ / ତଥାଗତ ବୁଦ୍ଧ ବିହାରର ପ୍ରଥମ ବାର୍ଷିକ ପ୍ରତିଷ୍ଠା ଦିବସ

ତଥାଗତ ବୁଦ୍ଧ ବିହାରର ପ୍ରଥମ ବାର୍ଷିକ ପ୍ରତିଷ୍ଠା ଦିବସ

କଟକ,୦୧/୧୧/୨୦୨୨(ଓଡ଼ିଶା ସମାଚାର)- ଆଜି (ମଙ୍ଗଳବାର) କଟକ ଜିଲା ଅଧିନସ୍ଥ ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ମହମ୍ମଦପୁର ଠାରେ ତଥାଗତ ବୁଦ୍ଧ ବିହାରର ପ୍ରଥମ ବାର୍ଷିକ ପ୍ରତିଷ୍ଠା ଦିବସ ପାଳନ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ୟ୍ୟକ୍ରମରେ ମହମ୍ମଦପୁର ବୌଦ୍ଧ ସଂଘର ସଭାପତି ବାବାଜୀ ଚରଣ ପାତ୍ରଙ୍କ ପୌରହିତରେ ସଭାକାର୍ୟ୍ୟ ଆରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ରୂପେ ବିଶିଷ୍ଟ ବୌଦ୍ଧ ଗବେଷକ ବନମାଳୀ ରାଉଳ ଓ ସମ୍ମାନିତ ଅତିଥି ରୂପେ ନକୁଳ ଚରଣ ବେହେରା ଯୋଗଦେଇଥିଲେ । ବୌଦ୍ଧ ପରମ୍ପରା ଅନୁଯାୟୀ ପ୍ରଥମେ ତ୍ରିଶରଣ, ପଞ୍ଚଶିଳ ଓ ବୁଦ୍ଧ ବନ୍ଦନା ପାଠ କରାଯାଇଥିଲା । ସଂଘର ସମ୍ପାଦକ ସୁବାସ ଚନ୍ଦ୍ର ପାତ୍ର ଆଜିର ଦିନର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ବୌଦ୍ଧ ଧର୍ମ ଓ ସଂସ୍କୃତି ବିଷୟରେ ଉପସ୍ଥିତ ଥିବା ଉପାସକ ଓ ଉପସିକା ମାନଙ୍କୁ ଉପଦେଶ ଦେଇଥିଲେ । ଆଲୋଚନାରେ ସଂଘର ସଦସ୍ୟ ଭୃଗୁ କୁମାର ପାତ୍ର, ଭ୍ରମରବର ଦେବତା ଅଂଶ ଗ୍ରହଣ କରିଥିଲେ । ମୁଖ୍ୟ ଅତିଥି ବୌଦ୍ଧ ବିହାରର ଆଚାର୍ୟ୍ୟ ଶତ୍ରୁଘନ ପାତ୍ର ଓ ବଳାରାମ ପାତ୍ରଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ପରିଶେଷରେ ସଂଘର ସହ ସମ୍ପାଦକ ଅଭିମନ୍ୟୁ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ୟ୍ୟକ୍ରମରେ ଗଙ୍ଗାଧର ଦେବତା, ସୁରେଶ ପାତ୍ର, ଦୁର୍ୟ୍ୟୋଧନ ପାତ୍ର, ଜୀବନ ଦେବତା, କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published.