କଟକ,୦୧/୧୧/୨୦୨୨(ଓଡ଼ିଶା ସମାଚାର)- ଏକତରଫା ପ୍ରେମକୁ ନେଇ ଜଣେ ଇଂଜିନିୟରିଂ ଛାତ୍ରୀ ଙ୍କୁ ଛୁରାମାଡ ହୋଇଛି। କଟକ ଜିଲ୍ଲା ସଦର ଥାନା ଅନ୍ତର୍ଗତ ପ୍ରତାପନଗରୀ ଠାରେ ଏହି ଛୁରାମାଡ ଘଟିଛି । ଛାତ୍ରୀ ଜଣଙ୍କ ପରୀକ୍ଷା ଦେଇ କଲେଜ ରୁ ବସ୍ ରେ ଫେରୁଥିବାବେଳେ ସେହି ଗାଁର ଜଣେ ଯୁବକ ଛୁରାମାଡ କରିଥିବା ସୂଚନା ମିଳିଛି । ଯୁବତୀଙ୍କ ହାତ ଓ ଜଙ୍ଘରେ ଆଘାତ ଲାଗିଛି ।
ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏ ନେଇ ଆହତ ଛାତ୍ରୀଙ୍କ ପକ୍ଷରୁ ସଦର ଥାନାରେ ଏତଲା ଦିଆଯାଇଛି । ମିଳିଥିବା ସୂଚନା ଅନୁସାରେ ଇଂଜିନିୟରିଂ ଛାତ୍ରୀ ଜଣକ ଆଜି କଲେଜରୁ ବସରେ ଫେରି ଚାଲି ଚାଲି ଯାଉଥିଲାବେଳେ ତାଙ୍କ ଗାଁର ଜଣେ ପାଗଳ ପ୍ରେମିକ ତାଙ୍କ ଉପରେ ଆକ୍ରମଣ କରିଥିଲା । ଅଭିଯୁକ୍ତ ଯୁବକ ଫେରାର ହୋଇ ଯାଇଛି ।