Wednesday , May 31 2023
Home / ବିଶେଷ / ସ୍ୱାମୀର ଟାଙ୍ଗିଆ ଚୋଟରେ ପତ୍ନୀର ମୃତ୍ୟୁ, ଅଭିଯୁକ୍ତ ସ୍ବାମୀ ଅଟକ

ସ୍ୱାମୀର ଟାଙ୍ଗିଆ ଚୋଟରେ ପତ୍ନୀର ମୃତ୍ୟୁ, ଅଭିଯୁକ୍ତ ସ୍ବାମୀ ଅଟକ

ରାଉରକେଲା , ୩୧/୧୦/୨୦୨୨(ଓଡ଼ିଶା ସମାଚାର)- ଦେଓଗାଁ ହାଟିଙ୍ଗ ବସ୍ତିରେ ଘରୋଇ କଳିକୁ କେନ୍ଦ୍ର କରି ସ୍ୱାମୀର ଟାଙ୍ଗିଆ ଚୋଟରେ ପତ୍ନୀର ମୃତ୍ୟୁ ହୋଇଛି। ମୃତ ପତ୍ନୀ ହେଉଛନ୍ତି ମଞ୍ଜୁ ସାଣ୍ଡିଲ(୩୨)। ସେ ଗତ ଦେଢ଼ବର୍ଷ ତଳେ ଡିଭୁ ସାଣ୍ଡିଲଙ୍କୁ ବିବାହ କରିଥିଲେ। ରଘୁନାଥପାଲି ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆରଜିଏଚ ପଠାଇଛି। ହତ୍ୟାକାରୀ ସ୍ୱାମୀ ଡିଭୁ ସାଣ୍ଡିଲଙ୍କୁ ପୁଲିସ ଗିରଫ କରିଛି।ଗତକାଲି ରାତିରେ ପରିବାରର ଆର୍ଥିକ ଅବସ୍ଥାକୁ ନେଇ ଉଭୟ ପତି ଓ ପତ୍ନୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତେଜିତ ହୋଇ ଡିଭୁ ଟାଙ୍ଗିଆ ଆଣି ପତ୍ନୀଙ୍କୁ ନୃଶଂସ ଭାବେ ହାଣି ପକାଇଥିଲେ। ମଞ୍ଜୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅଚେତ ହୋଇ ପଡି ଯିଵା ପରେ ଡିଭୁ ସେଠାରୁ ଫେରାର ହୋଇଯାଇଥିଲା। ପଡ଼ୋଶୀ ଏ ନେଇ ପୁଲିସକୁ ଜଣାଇ ଥିଲେ। ପରେ ପୁଲିସ ଫେରାର ହୋଇଯାଇଥିବା ଅଭିଯୁକ୍ତ ସ୍ବାମୀ ଡିଭୁ ସାଣ୍ଡିଲଙ୍କୁ ଥାନାରେ ଅଟକ ରଖିଛି ।

Leave a Reply

Your email address will not be published.