ଯାଜପୁର, ୩୧/୧୦/୨୦୨୨(ଓଡ଼ିଶା ସମାଚାର)- ସଂଚୟ ଏକ ଭଲ ଅଭ୍ୟାସ । ଚ୍ଥୋଟ ଚ୍ଥୋଟ ସଂଚୟ ବଡ ବଡ କାମରେ ବେଶ୍ ସହାୟକ ହୋଇଥାଏ । ସ୍ୱଳ୍ପ ସଂଚୟ ପକ୍ଷ ପାଳନ ଅବସରରେ ଯାଜପୁର ଜିଲ୍ଲା ପ୍ରଶାସନ ସ୍ୱଳ୍ପ ସଂଚୟ ବିଭାଗ ପକ୍ଷରୁ ଏହି ସଂଚୟ ଭାବନାକୁ ଲୋକଙ୍କୁ ସଚେତନ କରିବା ଊଦ୍ଧେଶ୍ୟରେ ରବିବାର ଦିନ ଏକ ସଂଚୟ ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଉଦଘାଟିତ ହୋଇଥିଲା । ଏହି ରଥକୁ ପତାକା ଦେଖାଇ ଉଦଘାଟନ କରି ଊପଜିଲ୍ଲାପାଳ ଗୋପୀନାଥ କୁଅଁର ବିନ୍ଦୁ ବିନ୍ଦୁ ଜଳରୁ ସିନ୍ଧୁ ହେଲା ପରି ପିଲା ବେଳୁ ସଂଚୟ ମନୋବୃତିକୁ ପ୍ରୋତ୍ସାହିତ କରିବା ଉଦ୍ଧେଶ୍ୟରେ ଏହି ସଂଚୟ ରଥର ପରିକଳ୍ପନା ସରକାର କରିଚ୍ଥନ୍ତି ବୋଲି କହିଥିଲେ । ଚ୍ଥୋଟ ଅବସ୍ଥାରୁ ପ୍ରତ୍ୟେକ ବ୍ୟକ୍ତି ସଂଚୟ ପ୍ରତି ଆନ୍ତରିକତା ଦେଖାଇଲେ ଓ ସଂଚୟର ଊପକାରିତା ଓ ଊପଯୋଗିତା ସଂପର୍କରେ ସତେନତା ସୃଷ୍ଟି କରିବା ଏହି ସଂଚୟ ରଥର ମୂଳ ଲକ୍ଷ୍ୟ ବୋଲି ଶ୍ରୀ କୁଅଁର ସୂଚନା ଦେଇଥିଲେ । ପରିବାରର ଆର୍ଥିକ ସ୍ଥିତି ସୁଦୃଢ ହୋଇ ପାରିବ ବୋଲି ସେ କହିଥିଲେ । ଏହି ରଥ ଜିଲ୍ଲାର ପ୍ରତ୍ୟେକ ବ୍ଲକ ପରିକ୍ରମଣ କରି ସଚେତନତା ସୃଷ୍ଟି କରିବା ସହ ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ଜ୍ଞାନ ରଂଜନ ସେଠୀ ସ୍ୱଳ୍ପ ସଂଚୟର ଲକ୍ଷ୍ୟ ଉଦ୍ଧେଶ୍ୟରେ ଆଲୋକପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ସାମାଜ ମଙ୍ଗଳ ଅଧିକାରୀ ସୁଭାଷ ସାମଲ, କର୍ମଚାରୀ ଶୁଭସ୍ମିତ ସାହୁ, ବିଷ୍ଣୁ ଚରଣ ଦାସ ପ୍ରମୁଖ ଯୋଗଦେଇ ସ୍ୱଳ୍ପ ସଂଚୟର ଲକ୍ଷ୍ୟ ଉଦ୍ଧେଶ୍ୟରେ ଆଲୋକପାତ କରିଥିଲେ । ପରେ ଏହି ରଥ ସଚେତନତା ସୃଷ୍ଟି ଉଦ୍ଧେଶ୍ୟରେ ଯାତ୍ରା ଆରମ୍ଭ କରିଥିଲା ।