ଯାଜପୁର ,୩୧/୧୦/୨୦୨୨(ଓଡ଼ିଶା ସମାଚାର /ସୁରେଶ କୁମାର କର) – ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମ ପଞ୍ଚାୟତ କଳାଶ୍ରୀ ଗ୍ରାମର ଦଳେଇ ସାହି ଶ୍ରୀ ରଙ୍କ ଦଳେଇ ବଡ଼ ପୁଅ ଯକ୍ଷ୍ମା ରୋଗରେ ଦୀର୍ଘ ୦୭ ମାସ ଧରି କଷ୍ଟ ଜୀବନ ଯାପନ କରୁଛନ୍ତି । ପରିବାର ଟି ଅତ୍ୟନ୍ତ ଗରିବ ଶ୍ରେଣୀର । ସ୍ଥାନୀୟ ଅଞ୍ଚଳର ସାମାଜିକ ଅନୁଷ୍ଠାନ ମହାବାହୁ ଗ୍ରୁପ ତାଙ୍କ ନିକଟରେ ପହଞ୍ଚି ସାହାଯ୍ୟ କରିଆସୁଥିଲା । ପରେ ପରେ ଭୁବନେଶ୍ୱରର ଯୁବ ସମାଜସେବୀ ସୌଭାଗ୍ୟ ମଲିକ ( ପପୁ ) ଙ୍କୁ ଏ ବିଷୟରେ ଅବଗତ କରାଯିବାରୁ ଆଜି ସେ ଦୁଇ ମାସ ପାଇଁ ଗ୍ରୋସରି, ଔଷଧ ଓ ଆର୍ଥିକ ସହାୟତା ସହିତ ଶୀତ ବସ୍ତ୍ର ପ୍ରଦାନ କରିଛନ୍ତି । କ୍ଷୀର ଓ ଅଣ୍ଡା ବ୍ୟବସ୍ଥା ମଧ୍ୟ କରିଥିଲେ । ସ୍ଥାନୀୟ ଅଞ୍ଚଳର ଅଧିବାସୀ ତାଙ୍କୁ ତାଙ୍କର ଏହି କାର୍ଯ୍ୟ ପାଇଁ ସାଧୁବାଦ ଜଣାଇଛନ୍ତି । ଏଭଳି ମହାନତା ଆଗରେ ଆମେ ପପୁ ଭାଇଙ୍କ ନିକଟରେ ଚିରରୁଣୀ ବୋଲି ମହାବାହୁ ର ପ୍ରତିଷ୍ଠାତା ଶ୍ରୀ ଶିବ ସାମଲ କହିଛନ୍ତି ।