Thursday , June 8 2023
Breaking News
Home / ରାଜନୀତି / ଭାରତ ଯୋଡ ଯାତ୍ରା ପାଇଁ କଟକ ସଦର ବ୍ଲକ୍ କଂଗ୍ରେସର ପ୍ରସ୍ତୁତି ବୈଠକ

ଭାରତ ଯୋଡ ଯାତ୍ରା ପାଇଁ କଟକ ସଦର ବ୍ଲକ୍ କଂଗ୍ରେସର ପ୍ରସ୍ତୁତି ବୈଠକ

କଟକ ସଦର, ୩୧/୧୦/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା)- ଭାରତ ବର୍ଷର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିଵସ ତଥା ଆଜି ସୋମବାର ଠାରୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭାରତ ଯୋଡ ଯାତ୍ରା (ଓଡ଼ିଶା – ପରିକ୍ରମା) ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲାରେ ଆସନ୍ତା ୩ ତାରିଖ ଦିନ ଏହି ଯାତ୍ରା ଆରମ୍ଭ ହେଵାକୁ ଥିଵାରୁ ଏଥିପାଇଁ କଟକ ସଦର ବ୍ଲକ୍ କଂଗ୍ରେସ କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ପ୍ରହରାଜପୁର ନମାଜ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହେମଦ୍ ମୁନୀତାର ଅଲ୍ଲୀ ଖାଁ ଙ୍କ ପୈ।ରୋହିତ୍ୟରେ ଆୟୋଜିତ ବୈଠକରେ ଵିସିସି ସଭାପତି ପ୍ରତାପ ମଲ୍ଲିକ,ଅକ୍ଷୟ ଓଝା,ଵସନ୍ତ ବେହେରା, ବୈକୁଣ୍ଠ ମଲ୍ଲିକ, ମହମ୍ମଦ ଅଵଦୁଲ ରହେମାନ୍, ଗୁଣନିଧି ଭୋଇ,ଵାଵାଜୀ ଭୋଇ,ସୟଦ ଉମର ଫାରୁକ ପ୍ରମୁଖ ଵହୁ କଂଗ୍ରେସ କର୍ମୀ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଆସନ୍ତା ୩ ତାରିଖରେ ଫୁଲନଖରା ଠାରୁ ଜଗତପୁର ପର୍ଯ୍ୟନ୍ତ ହେଵାକୁ ଥିବା ଏହି ଯାତ୍ରାରେ ଵହୁ ସଂଖ୍ୟାରେ ଯୋଗ ଦେଇ ସଫଳ କରିବାକୁ ପ୍ରତାପ ମଲ୍ଲିକ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

Leave a Reply

Your email address will not be published.