Thursday , June 1 2023
Breaking News
Home / ବିଶେଷ / ପ୍ରସିଦ୍ଧ ଧବଳେଶ୍ଵର ଶୈବପୀଠରେ ଜାରିହେଲା ୧୪୪ ଧାରା

ପ୍ରସିଦ୍ଧ ଧବଳେଶ୍ଵର ଶୈବପୀଠରେ ଜାରିହେଲା ୧୪୪ ଧାରା

କଟକ ସଦର, ୩୧/୧୦/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଗୁଜୁରାଟର ମୋର୍ଦି ସହରରେ ରବିବାର ମାରଛୁ ନଦୀ ଉପରେ ନିର୍ମିତ ଝୁଲନ୍ତା ପୋଲ ଭୁଶୁଡି ପଡି ଶତାଧିକ ଲୋକଙ୍କ ପ୍ରାଣହାନି ଘଟିଵା ପରେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଚେତନା ପଶିଛି। ଏହି ପରିପ୍ରେକ୍ଷୀରେ ପ୍ରସିଦ୍ଧ ଧବଳେଶ୍ଵର ଶୈବପୀଠରେ ଥିଵା ଝୁଲା ପୋଲର ମରାମତି ପାଇଁ ଆସନ୍ତା କାଲି ମଙ୍ଗଳବାର ସକାଳ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ପୀଠରେ ୧୪୪ ଧାରା ଲାଗୁ କରାଯାଇଥିବା ଆଠଗଡ ଉପ ଜିଲ୍ଲାପାଳ ହେମନ୍ତ କୁମାର ସ୍ବାଇଁଙ୍କ ଠାରୁ ଜଣାପଡିଛି। ଝୁଲାପୋଲ ଦୂର୍ଵଳ ହୋଇ ଵିପଦ ସଂକୁଳ ଅବସ୍ଥାରେ ଥିବା ନେଇ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରଶାସନ ଏହି ପଦକ୍ଷେପ ନେଇଥିବା ଜଣାପଡିଛି।ଏହା ଦ୍ୱାରା ମହା କାର୍ତ୍ତିକରେ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ନୈରାଶ୍ୟ ଦେଖାଦେଇଛି ।

Leave a Reply

Your email address will not be published.