Thursday , June 1 2023
Breaking News
Home / ବିଶେଷ / ଧବଳେଶ୍ୱର ଝୁଲା ପୋଲର ଯାଞ୍ଚ ପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ   କଟକଣା

ଧବଳେଶ୍ୱର ଝୁଲା ପୋଲର ଯାଞ୍ଚ ପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ   କଟକଣା

କଟକ, ୩୧/୧୦/୨୦୨୨(ଓଡ଼ିଶା ସମାଚାର)- ଗୁଜୁରାଟ ମୋର୍ବିରେ ଝୁଲା ପୋଲ ଅଘଟଣ ଘଟିବା ପରେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ  କଟକର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ଠାରେ ଥିବା ଝୁଲା ପୋଲର ଯାଞ୍ଚ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ଚତୁର୍ଥ ସୋମବାର ଥିବାରୁ ଧବଳେଶ୍ବରରେ ଭକ୍ତଙ୍କର ପ୍ରବଳ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଝୁଲା ପୋଲରେ ୨୦୦ ଜଣ ଲୋକଙ୍କ ଯାତାୟତ କରିବାକୁ କଟକଣା କରାଯାଇଛି। ଆଜି ରାତିଠାରୁ ଆସନ୍ତାକାଲି ଝୁଲା ପୋଲ ବନ୍ଦ ରହିବ ବୋଲି କଟକ ଜିଲ୍ଲାପାଳ କହିଛନ୍ତି। ଅଧିକ ଲୋକ ଯାତାୟାତ ଉପରେ କଟକଣାବି ଲାଗୁ କରାଯାଇଛି। ସେହିପରି ଆସନ୍ତାବର୍ଷ ମଧ୍ୟରେ ନୂତନ ପୋଲର କାର୍ୟ୍ୟ ଶେଷ ହେଲେ ଭକ୍ତମାନେ ଉପକୃତ ହେବେ। ପୂର୍ବରୁ ୬୦୦ ଲୋକ ଯିବାର ଅନୁମତି ଥିବା ବେଳେ ବର୍ତ୍ତମାନ ଏହାକୁ ୨୦୦କୁ କମାଇ ଦିଆଯାଇଛି। ଶ୍ରଦ୍ଧାଳୁ ମାନଙ୍କୁ ଧବଳେଶ୍ୱର ପୀଠ ଯିବା ପାଇଁ ଡଙ୍ଗାର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହା ସହ ଯେଉଁ ଶ୍ରଦ୍ଧାଳୁମାନେ ନିହାତି ଆବଶ୍ୟକ, ଅର୍ଥାତ୍ ଯିଏ ସବୁ ହବିଷ୍ୟାଳୀ ଅଛନ୍ତି କି ମାନସିକଧାରୀ ଅଛନ୍ତି ସେହିମାନେ ହିଁ ଆସିବା ପାଇଁ ଅନୁରୋଧ କରାଯାଇଛି। କାରଣ ଅଧିକ ଲୋକ ସମାଗମ ହେଲେ ଭିଡ ନିୟନ୍ତ୍ରଣ କରିବା ସମ୍ଭବ ହେବ ନାହିଁ ବୋଲି କୁହାଯାଇଛି। ତେବେ ଏହାର ଯାଞ୍ଚ ପାଇଁ ଏଡିଏମ ଙ୍କ ନେତୃତ୍ୱରେ ଏକ ଟିମ ଆଜି ଧବଳେଶ୍ବର ଗ୍ରସ୍ତ କରିବେ।

Leave a Reply

Your email address will not be published.