Wednesday , May 31 2023
Breaking News
Home / ବିଶେଷ / ଦୁର୍ନିତୀ ନିବାରଣ ସଚେତନତା କାର୍ଯ୍ୟକ୍ରମ

ଦୁର୍ନିତୀ ନିବାରଣ ସଚେତନତା କାର୍ଯ୍ୟକ୍ରମ

ଗରଦପୁର, ୩୧/୧୦/୨୦୨୨(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ସମ୍ମିଳନୀ କକ୍ଷରେ ଆଜି ଦୁର୍ନିତୀ ନିବାରଣ ଉପଲକ୍ଷେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ବିଡ଼ିଓ ଧର୍ମ ରଂଜନ ପଣ୍ଡା ପୌରୋହିତ କରିଥିଲେ । ଏକ ବିକଶିତ ରାଷ୍ଟ୍ର ପାଇଁ ଦୁର୍ନିତୀ ମୁକ୍ତ ପ୍ରଶାସନ ଅପରିହାର୍ଯ୍ୟ ହୋଇ ଥିବାରୁ ପ୍ରଶାସନର ପ୍ରତ୍ୟେକ ସ୍ତରରେ ସ୍ୱଛତା ରହିବା ଆବଶ୍ୟକ ବୋଲି ବିଡ଼ିଓ ଶ୍ରୀ ପଣ୍ଡା ମତବ୍ୟକ୍ତ କରିଥିଲେ । ସେଥିପାଇଁ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବ୍ଲକ୍ ର ସମସ୍ତ କର୍ମଚାରୀ ମାନଙ୍କୁ ଦୁର୍ନତୀ ମୁକ୍ତ ରହି ଜନ ସାଧାରଣଙ୍କ ସମସ୍ୟା ନିଷ୍ଠାର ସହ ସମାଧାନ କରିବା ପାଇଁ ସେ ସମସ୍ତଙ୍କୁ ସଙ୍କଳ୍ପ ପାଠ କରାଇଥିଲେ । ଏଥିରେ ବ୍ଲକ୍ ର ସର୍ବଶ୍ରୀ ସହକାରୀ ଯନ୍ତ୍ରୀ ଶରତ ଚନ୍ଦ୍ର ସାହୁ, ବ୍ଲକ୍ ସାମାଜୀକ ସୁରକ୍ଷା ଅଧିକାରୀ ଖଗେଶ୍ୱର ସେଠୀ, ଜିପିଇଓ ମୃଣ୍ମୟ ରାଉତ, କନିଷ୍ଠ ଯନ୍ତ୍ରୀ ବିଶ୍ୱରଂଜନ ସିଂ, ରବିନାରାୟଣ ସ୍ୱାଇଁ, ସୁଭଶ୍ରୀ ସ୍ୱାଇଁ ଙ୍କ ସମେତ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ବେହେରା, ବଡ଼ବାବୁ ପଂଚାନନ ସେଠୀ, ସହକାରୀ ମତ୍ସ୍ୟ ଅଧିକାରୀ ଶଙ୍କର୍ଷଣ ପଣ୍ଡା ଓ ସମସ୍ତ ବ୍ଲକ୍ ର କର୍ମଚାରୀମାନେ ଦୁର୍ନିତୀମୁକ୍ତ ରହି କାର୍ଯ୍ୟ କରିବା ପାଇଁ ସଙ୍କଳ୍ପ ପାଠ କରିଥିଲେ । ବ୍ଲକ୍ ଉନ୍ନୟନ ସହକାରୀ ଚୈତନ୍ୟ ବିଶ୍ୱାଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published.