ଭୁବନେଶ୍ୱର, ୩୧/୧୦/୨୦୨୨(ଓଡ଼ିଶା ସମାଚାର)- ଚନ୍ଦ୍ରଶେଖରପୁର ବୋଇତ ବନ୍ଦାଣ କମିଟିର ପ୍ରସ୍ତୁତି ବୈଠକ ସ୍ଥାନୀୟ ଲୁମ୍ବିନୀବିହାରସ୍ଥିତ ପ୍ରୋଜେକ୍ଟ ୱାଟର ପରିସରରେ ଉପଦେଷ୍ଟା ସୁଧାଂଶୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।କାର୍ୟ୍ୟକ୍ରମରେ ୧୦ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଚନ୍ଦ୍ରଶେଖରପୁର ଗୌରବ ସମ୍ମାନ ପ୍ରଦାନ, ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ, ଡଙ୍ଗା ଭସା କରାଯିବା ପାଇଁ ସ୍ଥିର ହୋଇଛି ।ଏହି ବୈଠକରେ ବୋଇତ ବନ୍ଦାଣ କମିଟିର ସଭାନେତ୍ରୀ ତଥା ସ୍ଥାନୀୟ କର୍ପୋରେଟର ମୋନାଲିିସା ସାହୁ, ୧୩ ନଂ ୱାର୍ଡ ର୍କର୍ପୋରେଟର ଇତିଶ୍ରୀ ଦାସ, ଭୁବନେଶ୍ୱର ସାଂଗଠନିିକ ଜିଲ୍ଲା ସମ୍ପାଦକ ମନୋଜ କୁମାର ସାହୁ, ସୁରକ୍ଷା ସମ୍ପାଦକ କେଶବ ରଣା, ନିର୍ଦ୍ଧେଶିକା ମିଲିରଣା, ବରିଷ୍ଠ କାର୍ୟ୍ୟକର୍ତା ପଦ୍ମଲୋଚନ ସାହୁ, ରବୀନ୍ଦ୍ର ନାଥ ପଟ୍ଟନାୟକ, ପ୍ରମୋଦ କୁମାର ପରିଡ଼ା, ବିଚିତ୍ରାନନ୍ଦ ରାଉତରାୟ, ରୁନୁ ପ୍ରଧାନ, ପ୍ରଭାତୀ ପାଣି, ଧନେଶ୍ୱର ବାରିକ, ସୁରେଖା ସାହୁ, ମୃତୁ୍ୟଞ୍ଜୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।