Wednesday , May 31 2023
Home / ବିଶେଷ / କେନ୍ଦ୍ରାପଡାରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

କେନ୍ଦ୍ରାପଡାରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

କେନ୍ଦ୍ରାପଡ଼ା, ୩୧/୧୦/୨୦୨୨(ଓଡ଼ିଶା ସମାଚାର)-ସାରା ଭାରତରେ ଭାରତର ଲୌହମାନବ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ୧୪୭ତମ ଜନ୍ମ ଜୟନ୍ତୀ ଉତ୍ସବକୁ ‘ରାଷ୍ଟ୍ରୀୟ ଏକତା ଦିବସ’ ରୂପେ ପାଳନ କରାଯାଉଛି । ଏହି ଉପଲକ୍ଷେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓସ୍ୱାନ ସଭାଗୃହରେ ଆୟୋଜିତ ଜିଲ୍ଲା ସ୍ତରୀୟ ଶପଥ ପାଠ ଉତ୍ସବରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସ୍ୱାଧୀନ ଭାରତର ଏକତା ଓ ଅଖଣ୍ଡତା ନିମନ୍ତେ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ତ୍ୟାଗ ଓ କାର୍ଯ୍ୟଶୈଳୀର ସ୍ମୃତିଚାରଣ କରିବା ସହ ତାଙ୍କ ଜୀବନଦର୍ଶନରେ ଅନୁପ୍ରାଣିତ ହେବା ପାଇଁ ମୁଖ୍ୟ ଅତିଥି ଆହ୍ୱାନ ଦେଇଥିଲେ । ପ୍ରାରମ୍ଭରେ ମୁଖ୍ୟ ଅତିଥି ଜିଲ୍ଲା କାର୍ଯ୍ୟାଳୟର ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଶପଥ ପାଠ କରାଇଥିଲେ । ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ବଜାୟ ରଖିବା ନିମନ୍ତେ ନିଜକୁ ସମର୍ପିତ ରହିବା ସହ ଏକତା ଅକ୍ଷୂର୍ଣ୍ଣ ରଖିବା ଭାବନାର ବାର୍ତା ପ୍ରିୟ ଦେଶବାସୀଙ୍କ ମଧ୍ୟରେ ପ୍ରସାରିତ କରିବାକୁ ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନେ ଶପଥ ପାଠ କରିଥିଲେ । ଏହି ଶପଥ ପାଠ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପିତାମ୍ବର ସାମଲ, ଦୁର୍ନୀତି ନିବାରଣ ବିଭାଗର ଡିଏସପି ଭାଗ୍ୟଲକ୍ଷ୍ମୀ ପୁହାଣ, ଡେପୁଟୀ କଲେକ୍ଟର(ନିଜାରତ) ଭୋଳାନାଥ ସେଠୀ, ଡେପୁଟୀ କଲେକ୍ଟର ପୂର୍ଣ୍ଣଚନ୍ଦ୍ର ଜେନା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ ଶପଥ ପାଠ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ବରିଷ୍ଠ ରାଜସ୍ୱ ସହାୟକ ପ୍ରଦିପ କୁମାର ଦାଶ ଓ କର୍ମଚାରୀମାନେ ଶପଥ ପାଠଉତ୍ସବ ଆୟୋଜନରେ ସହୟତା କରିଥିଲେ ।

Leave a Reply

Your email address will not be published.