Thursday , June 1 2023
Breaking News
Home / ରାଜନୀତି / କିଶନନଗର ତହସିଲ ଆଗରେ ଏସୟୁସିଆଇ(କମ୍ୟୁନିଷ୍ଟ) ର ଗଣ ବିକ୍ଷୋଭ

କିଶନନଗର ତହସିଲ ଆଗରେ ଏସୟୁସିଆଇ(କମ୍ୟୁନିଷ୍ଟ) ର ଗଣ ବିକ୍ଷୋଭ

 କଟକ ସଦର, ୩୧/୧୦/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା)- କିଶନନଗର ଅଞ୍ଚଳର ବିଭିନ୍ନ ମୈ।ଳିକ ସମସ୍ୟାର ସମାଧାନ ପାଇଁ ଆଜି ସୋମବାର ଦିନ ଏସୟୁସିଆଇ(କମ୍ୟୁନିଷ୍ଟ) କିଶନନଗର ଆଞ୍ଚଳିକ କମିଟି ପକ୍ଷରୁ ଆବାହକ ତଥା ବିଶିଷ୍ଟ ଶ୍ରମିକ ନେତା ରାଜକିଶୋର ମଲ୍ଲିକଙ୍କ ନେତୃତ୍ୱରେ କିଶନନଗର ତହସିଲ ସମ୍ମୁଖରେ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।ଏହି ଅବସରରେ ଏକ ଶୋଭାଯାତ୍ରାରେ ଲୋକମାନେ ଵଜାର ପରିକ୍ରମା କରି ତହସିଲ ସମ୍ମୁଖରେ ସଭାରେ ଯୋଗ ଦେଇଥିଲେ। ସମସ୍ୟାର ସମାଧାନ ପାଇଁ ୧୬ ଦଫା ସମ୍ବଳିତ ଦାବିପତ୍ର ତହସିଲଦାର ଇନ୍ଦିରା ସାହୁଙ୍କୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ଏଥିରେ ରାଜକିଶୋର ମଲ୍ଲିକ,ଭାଗୀରଥି ଭୋଇ, ଅଚ୍ୟୁତାନନ୍ଦ ସେଠୀ, ମହେଶ୍ୱର ବେହେରା, ମନୋରଞ୍ଜନ ଓଝା, ମୁରଲୀଧର ସାହୁ ପ୍ରମୁଖ ପରିଚାଳନା ରେ ସହାୟତା ଯୋଗାଇ ଥିଲେ। ସୁରକ୍ଷା ଦୃଷ୍ଟିରୁ କିଶନନଗର ଥାନାଧିକାରୀ ରଶ୍ମି ରଞ୍ଜନ ଦାସ ଏକ ପ୍ଲାଟୁନ ପୋଲିସ୍ ଵଳଙ୍କ ସହ ବିକ୍ଷୋଭ ସ୍ଥଳରେ ଉପସ୍ଥିତ ଥିଲେ। ଦାବି ପ୍ରତି ଅବିଳମ୍ବେ ଗୁରୁତ୍ୱ ଦିଆ ନଗଲେ ଆଗାମୀ ଦିନରେ ତହସିଲ ସମ୍ମୁଖରେ ଗଣ ଅନଶନ କରାଯିଵ ବୋଲି ରାଜକିଶୋର ମଲ୍ଲିକ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.