Sunday , May 28 2023
Breaking News
Home / ବିଶେଷ / କହଣା ଗାଁ ରେ ପଲିଥିନ ବାଣ୍ଟିଲେ ବ୍ଲକ ଅଧ୍ୟକ୍ଷ

କହଣା ଗାଁ ରେ ପଲିଥିନ ବାଣ୍ଟିଲେ ବ୍ଲକ ଅଧ୍ୟକ୍ଷ

ଗରଦପୁର, ୩୧/୧୦/୨୦୨୨(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ ଅନ୍ତର୍ଗତ ପଳସୁଧା ପଞ୍ଚାୟତ ର କହଣା ଗାଁ ର ମଳିକ ସାହି ରେ ବିଗତ ବନ୍ୟା ରେ ଗାଁ ବାଟଦେଇ ଫେରିବା ବେଳେ ଚାଳଛପର ଘରକୁ ଦେଖି ଅଟକି ଯାଇଥିଲେ ଗରଦପୁର ବ୍ଲକ ଅଧ୍ୟକ୍ଷ ଅଭୟ କୁମାର ମହାରାଜ। ଲୋକମାନେ ଏପର୍ୟ୍ୟନ୍ତ ସରକାରୀ ପକ୍କା ଘର ପାଇନାହାନ୍ତି ବୋଲି ଅଭିଯୋଗ ଶୁଣିବା ପରେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ସହ ସେହି ଚାଳ ଛପର ଘରେ ବସବାସ କରୁଥିବା ପରିବାର ଙ୍କୁ ଆଜି ପଲିଥିନ ବାଣ୍ଟିଲେ। ସାଥିରେ ଥିଲେ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ପ୍ରତିନିଧି ମେହେରବାନ, ବନ୍ତଳା ସମିତି ସଭ୍ୟ ବ୍ରଜକିଶୋର, ତେଣ୍ଡାକୁଡା ପଂଚାୟତ ସମିତି ସଭ୍ୟ ବାସୁଦେବ ବେହେରା, ଗରଦପୁର ସରପଂଚ ପ୍ରତିନିଧି ରମାକାନ୍ତ ବେହେରା, ସ୍ବେଚ୍ଛାସେବୀ ନରୋତ୍ତମ ପରିଡ଼ା , ଯୁବକର୍ମୀ ରାଜା , ପାଖଡ ସରପଞ୍ଚ ପ୍ରତିନିଧି ପ୍ରତାପ ଭାଇ ଓ ସ୍ଥାନୀୟ ବହୁ ସ୍ବେଛାସେବୀ ଉପସ୍ଥିତ ଥିଲେ। ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାରାଜ ଙ୍କ ଏହି କାର୍ୟ୍ୟ କୁ ସାଧାରଣରେ ପ୍ରସଂଶା କରାଯିବା ସହିତ ବ୍ଲକ ଅଧ୍ୟକ୍ଷ ଙ୍କ କାର୍ୟ୍ୟ ଦକ୍ଷତା କୁ ନେଇ ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published.