Wednesday , May 31 2023
Home / ସ୍ୱାସ୍ଥ୍ୟ / ଇଶା ଡାଇଗ୍ନେସିସ ଉପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଚଢ଼ାଉ

ଇଶା ଡାଇଗ୍ନେସିସ ଉପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଚଢ଼ାଉ

 ଯାଜପୁର,୩୧/୧୦/୨୦୨୨(ଓଡ଼ିଶା ସମାଚାର /ସୁରେଶ କୁମାର କର)- ବ୍ୟାସନଗର ସହରର କହ୍ନେଇପୁର ଠାରେ ଥିବା ଇସା ଡାଇଗ୍ନୋସିସରେ ଲିଙ୍ଗ ନିରୂପଣ ସମେତ ବହୁ ବେନିୟମ ପରୀକ୍ଷା ହେଉଥିବାର ଯାଜପୁର ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଭିତ୍ତି କରି ରବିବାର  ସିଡିଏମଓ ଡା, ଶିବାଶିଷ ମହାରଣା ଅଚାନକ ଉକ୍ତ ଡାଇଗ୍ନୋସିସ ସେଣ୍ଟର ଉପରେ ଚଢ଼ାଉ କରିଥିଲେ ।  ଚଢ଼ାଉ ସମୟରେ ସେଣ୍ଟରର ମାଲିକ ଅନୁପସ୍ଥିତ ଥିଲେ ।  ଲିଙ୍ଗ ନିରୂପଣ ଡାକ୍ତର ଖବର ପାଇ ଉକ୍ତ ପରୀକ୍ଷା ସେଣ୍ଟରକୁ ଆସିନଥିଲେ ।  ପରୀକ୍ଷା କରିବାକୁ ଅପେକ୍ଷା କରିଥିବା କିଛି ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟ ଅଧିକାରୀ ପଚରା ଉଚରା କରିବାରୁ ସେଠାରେ କାର୍ଯ୍ୟରତ ମହିଳା କର୍ମଚାରୀ ମାନେ ସେମାନଙ୍କୁ ସେଠାରୁ ବିଦା କରିଦେଇଥିଲେ ।  ସିଡିଏମଓ କିଛି ରେକର୍ଡ ଓ ରେଜିଷ୍ଟର ଜବତ୍ କରି ନେଇଯାଇଥିଲେ ।  ଏ ସମ୍ପର୍କରେ ସିଡିଏମଓ ଡା, ମହାରଣାଙ୍କୁ ପଚାରିବାରେ ସେ ଏହା ଏକ ନିୟମିତ ପରିଦର୍ଶନ ବୋଲି ସଫେଇ ଦେଇଥିଲେ ।  ବିଗତ ୨ ମାସ ହେବ ସହରର ବିଭିନ୍ନ ସ୍ଥାନରେ ଥିବା ପରୀକ୍ଷା କେନ୍ଦ୍ର ଗୁଡିକ ସମ୍ପର୍କରେ ବହୁ ସମୟରେ ଅଭିଯୋଗ ଆସୁଥିବାରୁ ଆମେ ଏହି କାର୍ଯକ୍ରମ ଚାଲୁ ରଖିଛୁ ।  ଖବର ନେବାରୁ ଜଣାଯାଇଛି ଯେ ପଡୋଶୀ କେନ୍ଦୁଝର ଜିଲ୍ଲାର ଜଣେ ଡାକ୍ତର ମୋଟା ଅଙ୍କର ଅର୍ଥ ନେଇ ଲିଙ୍ଗନିରୂପଣ କରୁଥିବାର ପୂର୍ବରୁ ତାଙ୍କ ନାମରେ ମଧ୍ୟ ଅଭିଯୋଗ ଅଛି ।  ଉକ୍ତ ଡାକ୍ତର ଜଣକ ଅଧିକାଂଶ ସମୟ ନିଯୁକ୍ତି ପାଇଥିବା ଡାକ୍ତର ଖାନାକୁ ନଯାଇ ବ୍ୟାସନଗର ସହରରେ ରହି ଏଠାରେ ବେନିୟ ଭାବେ ପରୀକ୍ଷା କରୁଥିବାର ଖବର ମିଳୁଛି ।  ଏହି ଚଢ଼ାଉ ସମୟରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ସମେତ ବ୍ୟାସନଗର ତହସିଲଦାର ଅଶୋକ କୁମାର ମାଝୀ ,ଯାଜପୁର ରୋଡ଼ ପୋଲିସ ସାମିଲ ହୋଇଥିବା ଜଣାପଡିଛି।

Leave a Reply

Your email address will not be published.