Wednesday , May 31 2023
Home / ରାଜନୀତି / ଆସନ୍ତାକାଲି ପୁଣି ଥରେ ଧାମନଗର ଉପନିର୍ବାଚନ ପାଇଁ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଆସନ୍ତାକାଲି ପୁଣି ଥରେ ଧାମନଗର ଉପନିର୍ବାଚନ ପାଇଁ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଧୁସୁରିର  ବାସନ୍ତି ପଡିଆରେ ଜନସଭାକୁ ସମ୍ବୋଧିତ କରିବେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୩୧/୧୦/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲି ନଭେମ୍ବର ୧ ତାରିଖରେ ପୁଣି ଥରେ ଧାମନଗରରେ ପ୍ରଚାର କରିବେ । ଧୁସୁରିର ବାସନ୍ତି ପଡିଆ ଠାରେ ଆୟୋଜିତ ଜନସଭାକୁ କେନ୍ଦ୍ରମନ୍ତ୍ରୀ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।

ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅକ୍ଟୋବର ୨୮ ଓ ଅକ୍ଟୋବର ୨୯ ଦୁଇ ଦିନ ଧରି ଧାମନଗର ବ୍ଲକର ଦୋବଲ ବଜାର, ଧାମନଗର ଏନଏସିର ମେଡିକାଲ ବଜାର, କୋଠାର ପଞ୍ଚାୟତ ଓ ଅସୁରାଳୀରେ ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ପ୍ରଚାର କରିଥିଲେ । ଶହୀଦ ନଗର ସ୍ଥିତ ଲୁଣିଆ ଶହୀଦ ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେହିପରି ତିହିଡି ବ୍ଲକର ପାଳିଆ ବଜାର, ଦୋଳ ସାହୀ, ଦୋଳସାହୀ ଓ ଗୁଆମାଳ, ବିଲଣା, ବୋଡକ ପଞ୍ଚାୟତରେ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ମଧ୍ୟ ଶ୍ରୀ ପ୍ରଧାନ ପ୍ରଚାର କରିଥିଲେ ।

Leave a Reply

Your email address will not be published.