ସୋସିଆଲ ମିଡିଆ ଉପରେ ଏଣିକି ରହିବ ସରକାରଙ୍କ ନିୟନ୍ତ୍ରଣ
ନୂଆଦିଲ୍ଲୀ/ ଭୁବନେଶ୍ୱର, ୩୦/୧୦/୨୦୨୨ (ଓଡ଼ିଶା ସମାଚାର)- ଅଧିକ କଡ଼ାକଡ଼ି ହେଲା ସୋସିଆଲ ମିଡିଆ ନିୟମ । ଫେସବୁକ, ଟ୍ୱିଟର ତଥା ଅନ୍ୟ ସୋସିଆଲ ମିଡିଆ କଂଟେଂଟ ପ୍ରସଙ୍ଗରେ ଏଣିକି ଆପେଲେଟ ପ୍ୟାନେଲ ନିକଟରେ କରି ହେବ ଅଭିଯୋଗ । ୩ମାସ ମଧ୍ୟରେ ସରକାର ଏହି କମିଟି ଗଠନ କରିବେ । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଯଦି କୌଣସି ବ୍ୟକ୍ତି ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା କୌଣସି କଂଟେନକୁ ନେଇ ଆପତି ପ୍ରକାଶ କରନ୍ତି ତେବେ ଏହି ପ୍ୟାନେଲ ନିକଟରେ ଅଭିଯୋଗ କରିପାରିବେ । ଗ୍ରିଭାନ୍ସ ଆପେଲେଟ କମିଟି ଅଭିଯୋଗର ଶୁଣାଣି କରି ତାଙ୍କର ନିଷ୍ପତି ୱେବସାଇଟରେ ଅପଲୋଡ କରିବେ । ତଥାପି ଯଦି ୟୁର୍ଜର ନିଷ୍ପତିକୁ ନେଇ ଅସନ୍ତୋଷ ପ୍ରକାଶ କରନ୍ତି ତେବେ କମିଟି ନିକଟରେ ଅଭିଯୋଗ କରିପାରିବେ । ସୂଚନା ପ୍ରଯୁକ୍ତି ସଂଶୋଧନ ନିୟମାବଳୀ ୨୦୨୨ ଅନୁସାରେ ସରକାର ଏହି କମିଟି ଗଠନ କରିବେ । ଗ୍ରିଭାନ୍ସ ଅଧିକାରୀ ୨୪ଘଂଟା ମଧ୍ୟରେ ଅଭିଯୋଗ ଗ୍ରହଣ କରିବେ ଓ ୧୫ଦିନରେ ସମାଧାନ କରିବେ । ୬ଟି ପ୍ରସଙ୍ଗରେ ଏହି ଅଭିଯୋଗ କରାଯାଇପାରିବ । ଅଶ୍ଳୀଳ, ଯୌନ ମାନସିକତା, ପ୍ରାଇଭେସି, ଲିଙ୍ଗ, ବର୍ଣ୍ଣ, ଜାତି ଆକ୍ଷେପ ଏହି କ୍ୟାଟୋଗୋରୀରେ ଅଭିଯୋଗ କରି ହେବ ।