ନିରାକାରପୁର ୩୦/୧୦/୨୦୨୨(ଓଡ଼ିଶା ସମାଚାର)- ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ,ଆର୍ଯ୍ୟବିହାର ପରିସରରେ ଅଧ୍ୟୟନରତ ଶିଶୁମାନଙ୍କର ମାଆ ମାନଙ୍କୁ ନେଇ ଏକ “ମାତୃସମ୍ମିଳନୀ” ଅନୁଷ୍ଠିତ ହୋଇଯାଇଅଛି । ବିଦ୍ୟାମନ୍ଦିରର ଯୋଜନା ଅନୁସାରେ ସର୍ବପ୍ରଥମେ ଉପସ୍ଥିତ ଥିବା ମାଆ ଶ୍ରୀମତୀ ସରୋଜିନୀ ସୁନ୍ଦରାୟ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସମ୍ମିଳନୀକୁ ଉଦଘାଟନ କରିଥିଲେ । ବିଦ୍ୟାମନ୍ଦିରର ସମ୍ପାଦକ ଶ୍ରୀଯୁକ୍ତ ବିଭୁତି ଭୂଷଣ ଆଚାର୍ଯ୍ୟ ବୈଠକର ଉଦ୍ଧେଶ୍ୟ ଓ ସମ୍ମିଳନୀରେ ମାଆ ମାନଙ୍କର ଉପସ୍ଥିତି ଯେ କେତେ ଗୁରୁତ୍ୱପୂର୍ଣ୍ଣ ଏହା ଉପସ୍ଥାପନା କରିଥିଲେ । “ଆଜିର ଶିଶୁ କାଲିର ଭବିଷ୍ୟତ” ଏହାର ମୂଲ୍ୟକୁ ବୁଝାଇବାକୁ ଯାଇ କହିଥିଲେ ଯେ ଗୁରୁଜୀ ଗୁରୁମା ଓ ଅଭିଭାବକଙ୍କ ମଧ୍ୟରେ ସୁ-ସମ୍ପର୍କ ରହି ପାରିଲେ, ଶିଶୁର ପ୍ରକୃତ ବିକାଶ ହୋଇ ପାରିବ ।
ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ନଳିନୀ ରଥ ଶିଶୁମାନଙ୍କର ଶୈକ୍ଷିକ ଉନ୍ନତି ସହିତ ଅର୍ନ୍ତନିହିତ ଗୁଣାବଳୀର ବିକାଶ କିପରି ହୋଇପାରିବ ସେଥିପାଇଁ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ଆଲୋଚନା ରଖିଥିଲେ । ଏହି ସମ୍ମିଳନୀରେ ୨୦୦ରୁ ଉଦ୍ଧ୍ୱର୍ ମାଆ ଯୋଗ ଦେଇଥିଲେ । ସେମାନେ ମଧ୍ୟ ତାଙ୍କର ମୂଲ୍ୟବାନ ମତ ରଖିଥିଲେ । ସେବାବ୍ରତୀ ଗୁରୁଜୀ ଗୁରୁମାଙ୍କର ନିଷ୍ଠାପର ଉଦ୍ୟମ ଦ୍ୱାରା ଶିଶୁର ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତି ଓ ପ୍ରଗତି ସମ୍ଭବ ହୋଇପାରୁଛି ବୋଲି ଖୁସି ବ୍ୟକ୍ତ କରିଥିଲେ । ବିଦ୍ୟାମନ୍ଦିରର ଆଚାର୍ଯ୍ୟ ପବିତ୍ର କୁମାର ରାଉତରାୟ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାମନ୍ଦିରର କବିତା ଗୁରୁମା , ସସ୍ମିତା ଗୁରୁମା , ଟିକନ ଗୁରୁମା , ରଶ୍ମିତା ଗୁରୁମା , ପ୍ରଲିପ୍ତା ଗୁରୁମା , ଧରିତ୍ରୀ ଗୁରୁମା , ଆଦିତ୍ୟ ଗୁରୁଜୀ , ସଞ୍ଜୟ ଗୁରୁଜୀ , ସୁମନ୍ତ ଗୁରୁଜୀ ଏବଂ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ । ସର୍ବଶେଷରେ ଆଚାର୍ଯ୍ୟ ଅଶୋକ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।