ଜଗତସିଂହପୁର,୩୦/୧୦/୨୦୨୨(ଓଡ଼ିଶା ସମାଚାର)- ବୟନ ଶିଳ୍ପ, ଟେକ୍ସଟାଇଲ ଓ ହସ୍ତତନ୍ତ ସ୍ଵତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟି ଜଗତସିଂହପୁର ଜିଲ୍ଲା ପରିଦର୍ଶନ କରି କ୍ଷେତ୍ରସ୍ତରରେ କାର୍ୟ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟଗୁଡ଼ିକ ତଦାରଖ କରିଛନ୍ତି। ସର୍ବପ୍ରଥମେ ବିରିଡ଼ି ବ୍ଲକର କଇଜଙ୍ଗା ସ୍ଥିତ ଅଙ୍ଗନୱାଡ଼ି କେନ୍ଦ୍ର, ମହିଳାସ୍ୱୟଙ୍ଗ ସହାୟିକା ଗୋଷ୍ଠୀ ଦ୍ଵାରା ପରିଚାଳତ ପିଡ଼ିଏସ୍ ଚାଉଳ ବଣ୍ଟନ କାର୍ୟ୍ୟକ୍ରମକୁ କିପରି ତ୍ବରାନ୍ବିତ କରା ଯାଇଛି ତାହା ଉପସ୍ଥିତ ମହିଳାମାନଙ୍କ ସହିତ ଆଲୋଚନା କରିଥିଲେ। ତାପରେ ଉପରମୁଣ୍ଡର ମଧ୍ୟ ଶାସନ ସାହିରେ ପ୍ରତ୍ୟେକ ଜଣଙ୍କୁ ୫୦ ଗୋଟି କୁକୁଡ଼ା ହିସାବରେ ୩୪ ରୁ ଉର୍ଦ୍ଧ୍ବ ହରିଜନ ବସ୍ତିର ଘରବାଡ଼ିରେ କୁକୁଡ଼ା ଚାଷ ନିମନ୍ତେ ଯୋଗାଇ ଦିଆଯାଇଥିବା କୁକୁଡ଼ା ଦେଖିବା ସହିତ ମତବିନିମୟ କରିଥଲେ।
ସେହିପରି ମଧ୍ୟ ଶାସନସ୍ଥିତ ମହାବୀର ହାଇସ୍କୁଲର ମଧ୍ୟାହ୍ନ ଭୋଜନ ଓ ବୈଦ୍ୟୁତିକ ପ୍ରଣାଳୀରେ ପାଠପଢ଼ା ଆଦି ପୁଙ୍କନୁପୁଙ୍ଖ ଭାବେ ତର୍ଜମା କରିଥଲେ। ତାପରେ ବିରିଡ଼ି ତହସିଲରେ ଅକର୍ମଣ୍ୟ ଲୋକଙ୍କୁ ପଟ୍ଟା ବଣ୍ଟନ ସହିତ ହାଜିପୁରରେ ଅଙ୍ଗନବାଡ଼ି କେନ୍ଦ୍ରବୁଲି ଦେଖିଥିଲେ। ଏହାପରେ ବିରିଡ଼ି ର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଅଚାନକ ପରିଦର୍ଶନ କରି ଉପସ୍ଥାନ ଖାତା ଚେକ୍ କରିଥିଲେ ।
ବଳିଆସ୍ଥିତ କୂଳ କଇଜଙ୍ଗାରେ ମିଶନ ଶକ୍ତିର ଗୌରୀ ଦେବୀ ଗ୍ରୁପ୍ ଦ୍ଵାରା ପରିଚାଳିତ ସିଲେଇ ମେସିନ ଦେଖିବା ସହିତ ସେମାନଙ୍କ ଆୟବେୟ ବିଷୟରେ ବୁଝିଥିଲେ। ଜଗସିଂ ହପୁରର ବଡ ବାଗରେ ହସ୍ତତନ୍ତ ଏବଂ ପରେ ଗାନ୍ଧୀ ଛକସ୍ଥିତ ବାୟୋଫ୍ଲକ୍ ପ୍ରଣାଳୀରେ ମାଛ ଚାଷ ପରିଦର୍ଶନ କରିଥଲେ। ଏହାପରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ ଙ୍କ ସହିତ ଆଲୋଚନା କରି ଥିଲେ। ଅତିରିକ୍ତ ଜିଲ୍ଲା ପାଳ( ପ୍ରଶାସନ) ଶଚିଦାନନ୍ଦ ସାହୁ ଏବଂ ଜିଲ୍ଲା ମୂଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ବୀର କିଶୋର ପରିଡ଼ା ଏହି ଗ୍ରସ୍ତ ସମୟରେ ସମସ୍ତ କାର୍ୟକ୍ରମ ବିଷୟରେ ଅବଗତ କରାଇଥିଲେ।