Sunday , May 28 2023
Breaking News
Home / ବିଶେଷ / ପୂର୍ତ୍ତ ବିଭାଗ ର ପୋଲ ଭୁସୁଡ଼ି ତଳକୁ ଖସିଲା ଦୁଇ କାର, ସୌଭାଗ୍ୟବସତଃ ବଂଚିଗଲେ ୭ ଜଣ

ପୂର୍ତ୍ତ ବିଭାଗ ର ପୋଲ ଭୁସୁଡ଼ି ତଳକୁ ଖସିଲା ଦୁଇ କାର, ସୌଭାଗ୍ୟବସତଃ ବଂଚିଗଲେ ୭ ଜଣ

କଳାହାଣ୍ଡି ,୩୦/୧୦/୨୦୨୨ (ଓଡ଼ିଶା ସମାଚାର/ସଂଜୟ ସିଂହ)- କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ୍ ରୁ ଥୁଆମୂଳ ରାମପୁର ପୂର୍ତ୍ତ ବିଭାଗ ର ରାଜ୍ୟ ରାଜପଥର ୪୪ ନମ୍ବର  ରାସ୍ତାରେ ଥିବା ଭାଗିରଥି ପାର୍କ ନିକଟସ୍ଥ   ବ୍ରିଜ୍ ଭୁଶୁଡ଼ିବାରୁ ୨ଟି ଚଳନ୍ତା କାର ଭଗ୍ନବ୍ରିଜ୍ ତଳକୁ ଖସିପଡି ଥିଲା।  ଆଜି ଅପରାହ୍ନ ପ୍ରାୟ ୩ଟା ସମୟ ରେ ଭବାନୀପାଟଣାରୁ ଫୁର୍ଲିଝରଣ ଦର୍ଶନ ପାଇଁ ଯିବା ସମୟରେ ଏହି ଅଭାବନୀୟ ଘଟଣା ଘଟିଛି। ଘଟଣାସ୍ଥଳରୁ ୭ ଜଣଙ୍କୁ ଉଦ୍ଧାର କରାଯାଇ ସେମାନଙ୍କୁ  ମୁଖ୍ୟ ଚିକିତ୍ସାଳୟ ଭତ୍ତି କରାଯାଇଛି।  ଏହି ଦୁର୍ଘଟଣା ଯୋଗୁଁ ଭବାନୀପାଟଣା ଠାରୁ ଥୁଆମୂଳ ରାମପୁର ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଛି।

 ବ୍ରିଜ୍ ଭୁଶୁଡିପଡିବାରୁ ୨ଟି ଚଳନ୍ତା କାର ଭାଙ୍ଗି ନଷ୍ଟ ହୋଇଯାଇଛି । ସୌଭାଗ୍ୟବସତଃ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇନାହିଁ । କିନ୍ତୁ ୭ ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ସେମାନଙ୍କୁ ଭବାନୀ ପାଟଣା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଛି । ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ  ଏହାର ଉପଯୁକ୍ତ ମରାମତି ଅଥିବା ବିକଳ୍ପ ରାସ୍ତା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯିବାର ଆବଶ୍ୟକ ଥିଲା। କିନ୍ତୁ ପ୍ରଶାସନ ଏହା କରି ନଥିବାରୁ ଆଜି ଏକ ବଡ଼ ଅଘଟଣ ଘଟିଛି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି। ଏହି ଅଘଟଣ ପାଇଁ  ପୂର୍ତ୍ତ ବିଭାଗର ଅଧିକାରୀ ମାନଙ୍କୁ ସାଧାରଣରେ ସମ୍ପୂର୍ଣ୍ଣ ଭାବରେ ଦାୟୀ କରାଯାଉଛି ।  ଓଡ଼ିଶା ସମାଚାର

Leave a Reply

Your email address will not be published.