Saturday , June 10 2023
Breaking News
Home / କ୍ରୀଡ଼ା / ନରଣଗଡ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ: ଅରୁଗୁଳ ୧-୦ରେ ଚାମ୍ପିଅନ

ନରଣଗଡ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ: ଅରୁଗୁଳ ୧-୦ରେ ଚାମ୍ପିଅନ

ନିରାକାରପୁର, ୩୦/୧୦/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନରଣଗଡ ପଞ୍ଚାୟତ ବିନ୍ଦୁ ବଳୟ ଯୁବ ବିକାଶ ନିକେତନ ଆନୁକୁଲ୍ୟରେ ଆୟୋଜିତ ନରଣଗଡ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଫାଇନାଲ ମ୍ୟାଚରେ ମା ବାଉତି ଗୋଲ୍ଡେନ କ୍ଲବ, ଅରଗୁଳ କୁ ୭୨ ଠାଣାପଲୀ ଫୁଟବଲ ଟିମ୍ ଭେତିଥିଲା। ଖେଳ ଅତ୍ୟନ୍ତ ଚିତ୍ତାକର୍ଷକ ହୋଇଥିବା ବେଳେ ପ୍ରଥମାର୍ଦ୍ଧରେ ଅରଗୁଳ ଟିମ୍ ର ସନ୍ତୋଷ ବେହେରା ଗୋଟିଏ ସୁନ୍ଦର୍ ଗୋଲ ଦେଇ ନିଜ ଦଳକୁ ଅଗ୍ରଣୀ କରିଥିଲେ। ଖେଳ ଶେଷ ପଯ୍ୟନ୍ତ ଠଣାପଲୀ ଆଉ ଗୋଲ ପରିଶୋଧ କରି ପାରିନଥିଲା। ଫଳରେ ୧-୦ ଗୋଲ ରେ ଅରଗୁଳ ଚାମ୍ପିଅନ ହୋଇଥିଲା। ଆଜିର ଖେଳକୁ ଶରତ ଚନ୍ଦ୍ର ଛୋଟରାୟ, ହୃଦାନନ୍ଦ ମହତରାୟ, ସୁକାନ୍ତ ପ୍ରଧାନ ଓ ଗୋଲ କମିଶନର ଫକିର ଚରଣ ନିସଙ୍କ ପ୍ରମୁଖ ପରିଚାଳନା କରିଥିଲେ। ଆଜିର ଖେଳ ପୁରସ୍କାର ବିତରଣ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ବ୍ଲକ୍ ଅଧକ୍ଷା ପ୍ରିୟଦର୍ଶିନୀ ପାତ୍ର, ମୁଖ୍ୟବକ୍ତା ଭାବେ ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା ରିସ୍ନା ମାନ୍ଧାତା ଓ ସମ୍ମାନୀତ ଅତିଥିଭାବେ ନରଣଗଡ ପଞ୍ଚାୟତ ସରପଂଚ ମୀତାରାଣୀ ବେହେରା, ସମିତି ସଭ୍ୟ। ବାସନ୍ତୀ ସୁନ୍ଦରାୟ, ସମାଜସେବୀ ଭାଗିରଥି ମଙ୍ଗରାଜ, ପଞ୍ଚାୟତ ସଭାପତି ଗୋଦାବରୀଶ ଗୁମାନ ସିଂ, ପୂର୍ବତନ ସରପଂଚ ବୈକୁଣ୍ଠ ମାର୍ଥା, ପୂର୍ବତନ ସରପଂଚ ରାଜେନ୍ଦ୍ର କୁମାର ପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରୁଦ୍ର ଭାନୁ ନରେନ୍ଦ୍ର ଜିତସିଂହ ପ୍ରମୁଖ ରହି ବିଜେତା ଓ ରନ ସ ଅପ୍ ଦଳକୁ ଟ୍ରଫି ଏବଂ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ସାମ୍ବାଦିକ ଲଛମନ ନାୟକ ଓ ହିମାଂଶୁ ଭୂଷଣ ଚମ୍ପତିରାୟ, ଖେଳ ଶିକ୍ଷକ ଫକିର କୁମାର ନିସଙ୍କ , ଶରତ ଚନ୍ଦ୍ର ଛୋଟରାୟ, ହୃଦାନନ୍ଦ ମହତରାୟ , ସୁକାନ୍ତ ପ୍ରଧାନ ଙ୍କୁ ସମ୍ମାନୀତ କରାଯାଇଥିଲା। ମଞ୍ଚକୁ ଆଶୁତୋଷ ରାଉତରାୟ ପରିଚାଳନା କରିଥିଲେ।

Leave a Reply

Your email address will not be published.