Monday , June 5 2023
Breaking News
Home / ରାଜନୀତି / ତେଣ୍ଡାକୁଡା ଠାରେ ପାଟକୁରା ନିର୍ବାଚନ ମଣ୍ଡଳୀ ବିଜୁ ମହିଳା ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ତେଣ୍ଡାକୁଡା ଠାରେ ପାଟକୁରା ନିର୍ବାଚନ ମଣ୍ଡଳୀ ବିଜୁ ମହିଳା ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

୧୦୧ ୟୁନିଟ ରକ୍ତ ସଂଗ୍ରହ

ଗରଦପୁର, ୩୦/୧୦/୨୦୨୨(ଓଡ଼ିଶା ସମାଚାର)-ଆଜି ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗରଦପୁର ବ୍ଲକର ତେଣ୍ଡାକୁଡା ଠାରେ ଥିବା ଫଜଲହକ୍ ସରକାରୀ ହାଇସ୍କୁଲ ପରିସରରେ ପାଟକୁରା ନିର୍ବାଚନ ମଣ୍ଡଳୀ ବିଜୁ ମହିଳା ଜନତା ଦଳ ଏବଂ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇ ଯାଇଛି । ମହିଳା ମାନଙ୍କ ଦ୍ୱାରା ରକ୍ତ ଦାନ ଶିବିର ଆୟୋଜନ କରିବାରେ ରାଜ୍ୟରେ ଏହା ପ୍ରଥମ । ଏହି ଅବସରରେ ତେଣ୍ଡାକୁଡ଼ା ପଂଚାୟତ ଅନ୍ତର୍ଗତ ଆଳିଜଙ୍ଗା ଠାରେ ଥିବା ଶିଶୁ ପାର୍କ ପାଖରୁ ବିଜୁ ମହିଳା ଜନତା ଦଳ ତରଫରୁ ଏକ ବିଶାଳ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇ ଫଜଲହଲ ହାଇସ୍କୁଲ ପ୍ରଯ୍ୟନ୍ତ ଯାଇଥିଲା । ପରେ ପରେ ବିଜୁ ମହିଳା ଜନତା ଦଳ ତରଫରୁ ମହିଳା ମାନଙ୍କ ଦ୍ୱପାରା ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଶିବିର ରେ ମୋଟ ୧୦୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ସ୍ଥାନୀୟ ସରପଂଚ ମାନସ କୁମାର ରାଉତ ଓ ଯୁବ ନେତା ସୟଦ ଜମିଲ ଅକ୍ତରଙ୍କ ଦ୍ୱାରା ଉକ୍ତ କାର୍ଯ୍ୟକ୍ରମଟି ଅତ୍ୟନ୍ତ ସଫଳତାର ସହିତ ଆୟୋଜିତ ହୋଇଥିଲା । ଉକ୍ତ କାର୍ୟ୍ୟକ୍ରମରେ ପାଟକୁରା ବିଧାୟିକା ଶ୍ରୀମତୀ ସାବିତ୍ରୀ ଅଗ୍ରୱାଲା., ବିଜେଡି ରାଜ୍ୟ କାର୍ୟ୍ୟ କାରିଣୀ ସଦସ୍ୟ ଶ୍ରୀଯୁକ୍ତ ସଞ୍ଜୟ ଅଗ୍ରୱାଲା . ଶ୍ରୀମତୀ ଅଞ୍ଜୁ ଅଗ୍ରୱାଲା, ଗରଦପୁର ବ୍ଲକ ବିଜେଡ଼ି ସଭାପତି ଶ୍ରୀଯୁକ୍ତ ଶଶାଙ୍କ ଶେଖର ପରିଡା.ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳି ସେଠି,ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ପ୍ରମୋଦ ରଥ,୯ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଏଲିଜା ସ୍ୱାଇଁ , କଳ୍ପନା ବେଉରା,ବିଜୁ ମହିଳା ଜନତା ଦଳର ରାଜ୍ୟ ଉପସଭାନେତ୍ରୀ ଶ୍ରୀମତୀ ମଞ୍ଜୁବାଳା ଜେନା,ଦଶ ନମ୍ବର ଜୋନ ର ପୂବତନ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ସୁଜାତା ରାଉତରାୟ,ବ୍ଲକ ମହିଳା ସଭାନେତ୍ରୀ ସୁଦୁସ୍ମିତା ଲେଙ୍କା, ଶ୍ରୀମତୀ ରାଜୀବ ରାଜଲଷ୍ମୀ ଙ୍କ ସମେତ ସମସ୍ତ ପଂଚାୟତର ମହିଳା ସଙ୍ଗଠନର କର୍ମକର୍ତ୍ତାମାନେ ପଦ ଯାତ୍ରା ରେ ସାମିଲ ହୋଇଥିଲେ । ଓଡ଼ିଶା ମୋ ପରିବାରର ମେଡିକାଲ ସହାୟକ ସଂଜଯୋକ ରଶ୍ମି ରଞ୍ଜନ ପ୍ରଧାନ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଉପସ୍ଥିତ ମହିଳା ମାନଙ୍କୁ ଲେମ୍ବୁଚାରା ବଂଟନ କରାଯାଇଥିଲା । ରକ୍ତଦାତା ମହିଳା ମାନଙ୍କୁ ସାର୍ଟିଫିକେଟ ଦିଆଯାଇଥିଲା । କେନ୍ଦ୍ରାପଡ଼ା ବ୍ଲଡ଼ବ୍ୟାଙ୍କର କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.