ଖୋର୍ଦ୍ଧା, ୩୦/୧୦/୨୨ (ଓଡିଶା ସମାଚାର/ଦୀପକ ପ୍ରଧାନ)- ନିରାକାରପୁର ନିକଟସ୍ଥ ଗଡଖାରଦ ଆଂଚଳିକ ଶ୍ରୀ ଜଗନ୍ନାଥ ପ୍ରଚାର କମିଟିର ସାଧାରଣ ବୈଠକ ଆଜି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଅଛି। ଘଟକେଶ୍ବର ଦକ୍ଷିଣକବାଟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜଗନ୍ନାଥ ମନ୍ଦିରର ନୀତିକାନ୍ତି ଓ ସୁପରିଚାଳନା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରାଯାଇଥିଲା।
ଗଡଖାରଦ, ଦେଇପୁର ପଂଚାୟତ ସମେତ ଆଖପାଖର ୫୦ ରୁ ଉର୍ଦ୍ଧ୍ବ ସଭ୍ୟ ଉକ୍ତ ସଭାରେ ଯୋଗଦେଇ ମନ୍ଦିର ର ଆଗାମୀ କାର୍ଯ୍ୟଧାରା ପାଇଁ ସୁଚିନ୍ତିତ ମତାମତ ଦେଇଥିଲେ। ଆସନ୍ତା ବାର୍ଷିକ ଉତ୍ସବ ଓ ମନ୍ଦିରର ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟ କିପରିଭାବରେ କରାଯିବ ସେଥିପାଇଁ ଏକ କାର୍ଯକାରୀ କମିଟି ପ୍ରାଥମିକ ସ୍ତରରେ କରାଯାଇଥିଲା।