କଟକ ସଦର, ୩୦/୧୦/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ସଦର ଅଞ୍ଚଳର ପୁରାତନ କନ୍ଦରପୁର କଲେଜ ନାଁ ରେ କେହି ଦୁର୍ବୃତ୍ତ ନକଲି ଫେସବୁକ ଆକାଉଣ୍ଟ୍ ଖୋଲି ବିଭିନ୍ନ ସମୟରେ କଲେଜକୁ ଵଦନାମ କରୁଥିବା ନେଇ କଟକ ସାଇବର ଥାନାରେ ଅଭିଯୋଗ ହୋଇଛି। ବାରମ୍ବାର କଲେଜ ର କୁତ୍ସାରଟନା କରାଯାଉ ଥିଵାରୁ ଶୈକ୍ଷିକ ଵାତାଵରଣ ଉପରେ ଏହାର କୁପ୍ରଭାବ ପଡୁଛି। କଲେଜର ଐତିହ୍ୟ ଓ ସୁନାମକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଏଭଳି ଛଦ୍ମବେଶୀଙ୍କୁ ଚିହ୍ନଟ କରି ଉପଯୁକ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଧ୍ୟକ୍ଷ ସାରଦା ପ୍ରସାଦ ମହାପାତ୍ର ସାଇଵର ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି। ଘଟଣାକୁ ଗୁରୁତ୍ବ ଦେଇ ସାଇଵର ଥାନା ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି।