Sunday , May 28 2023
Breaking News
Home / ବିଶେଷ / କଟକର ପ୍ରଭାବଶାଳୀ ନେତା ତଥା ରାଜ୍ୟର ବରିଷ୍ଠ ମନ୍ତ୍ରୀ ରାଜା ସ୍ୱାଇଁଙ୍କ ପୁତୁରା ଵିକି ଗିରଫ

କଟକର ପ୍ରଭାବଶାଳୀ ନେତା ତଥା ରାଜ୍ୟର ବରିଷ୍ଠ ମନ୍ତ୍ରୀ ରାଜା ସ୍ୱାଇଁଙ୍କ ପୁତୁରା ଵିକି ଗିରଫ

କଟକ ସଦର, ୩୦/୧୦/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣ ବେହେରା): ବିଭିନ୍ନ ଥାନାରେ ୧୫ ରୁ ଅଧିକ ମାମଲାରେ ଛନ୍ଦି ହୋଇଥିଵା ବିଜେଡିର ଯୁଵ ନେତା ତଥା ରାଜ୍ୟର ଜଣେ ବରିଷ୍ଠ ମନ୍ତ୍ରୀ ରାଜା ଓରଫ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଙ୍କ ପୁତୁରା ଵିକି ଓରଫ ଅମରେନ୍ଦ୍ର ସ୍ୱାଇଁଙ୍କୁ ଆଜି ରବିବାର କମିଶନରେଟ ସଦର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଏସିପି ଚନ୍ଦନ ଘଡେଇଙ୍କ ଠାରୁ ଜଣାପଡିଛି। ପ୍ରକାଶ ଯେ ଵିକି ଅଭ୍ୟାସ ଗତ ଭାବେ ସଵୁ ସମୟରେ ମାଡ ପିଟ୍ କରି ଧମକ ଚମକ ଦେଵା ଭଳି ଵହୁ ଅଭିଯୋଗ ତାଙ୍କ ନାଁରେ ରହିଛି।ଗତ ଶୁକ୍ରବାର ଦିନ କିଛି ସାଙ୍ଗମାନଙ୍କ ସହ ଭୂଵନେଶ୍ୱରୁ ଫେରୁଥିବା ବେଳେ ଜଣେ ଵସ ଡ଼୍ରାଇଭରଙ୍କୁ ଵଳ ପୂର୍ଵକ ଉଠାଇ ଆଣି ସଦର ଥାନା ଅନ୍ତର୍ଗତ ପ୍ରତାପନଗରୀ ଟୟୋଟା ସୋରୁମ୍ ନିକଟରେ ତାଙ୍କୁ ମାଡ ମାରି ଆଣ୍ଠେଇ ଆଣ୍ଠେଇ ନେଇଥିଲେ।ଏହାର ପ୍ରତିବାଦ କରିବାରୁ ସ୍ଥାନୀୟ ଲୋକଙ୍କୁ ନିଶାସକ୍ତ ଅବସ୍ଥାରେ ମାଡ ମାରିଥିବାକୁ ନେଇ ଅଭିଯୋଗ ହୋଇଥିଲା। ପ୍ରଭାବଶାଳୀ ନେତାଙ୍କ ଏତାଦୃଶ କାର୍ଯ୍ୟକୁ ଚପାଇ ଦିଆଯିଵ ଵୋଲି ଚର୍ଚ୍ଚା ଯୋର ଧରିଥିବା ବେଳେ ପୋଲିସ୍ ଆଜି ଗିରଫ କରିଥିବାରୁ ସଵୁ କଳ୍ପନା ଜଳ୍ପନାର ଅବସାନ ଘଟିଛି।ଗିରଫ ହୋଇ କୋର୍ଟ ଚାଲାଣ ସମୟରେ ଅଭିଯୁକ୍ତ ଵିକିଙ୍କ ମନରେ ତିଳେ ମାତ୍ର ଅଵସାଦ ପରିଲକ୍ଷିତ ସୋଇନଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published.