ଭୁବନେଶ୍ୱର, ୩୦/୧୦/୨୦୨୨(ଓଡ଼ିଶା ସମାଚାର)- ଭୁବନେଶ୍ୱର ୟୁନିଟ୍-୧ସ୍ଥିତ ଦୈନିକହାଟ ପାଖରେ ଥିବା ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ଅଲ ଓଡ଼ିଶା ତାଲିମପ୍ରାପ୍ତ ଚକ୍ଷୁ ସହାୟକ ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ ପାସଆଉଟ ହୋଇ ପଞ୍ଜିକୃତ ନମ୍ବର ପାଇଥିବା ଚକ୍ଷୁ ସହାୟକମାନେ ଏକାଠିହୋଇ ସେମାନଙ୍କ ସ୍ଥାୟୀ ନିଯୁକ୍ତି, ଖାଲିଥିବା ପଦବୀରେ ନିଯୁକ୍ତି ପାଇଁ ସରକାରଙ୍କୁ ଜଣାଇବା ପାଇଁ ଆଲୋଚନା କରିଥିଲେ । ଆମେ ସବୁତାଲିମପ୍ରାପ୍ତ ଫାର୍ମିଂ ଆସିଷ୍ଟାଣ୍ଡ, ଡିଏମଇଟି ଅଧୀନରେ ତାଲିମ ନେଇ ବିଭିନ୍ନ ମେଡ଼ିକାଲ କଜେଲରୁ ପାସଆଉଟ ହୋଇ ସାରିଛୁ ।ହେଲେ ଦୁଃଖ ଓ ପରିତାପର ବିଷୟ ସରକାର ଆମକୁ କୌଣସି ଜାଗାରେ ନିଯୁକ୍ତି ଦେଉନାହାଁନ୍ତି କି ଚକ୍ଷୁ ପାଇଁ ଚାଲିଥିବା ବିଭିନ ସରକାରୀ ଯୋଜନାରେ କାମ ଦେଉନାହାଁନ୍ତି ।ଏପରିକି ସବୁ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ହସ୍ପିଟାଲମାନଙ୍କରେ ଖାଲିଥିବା ପଦରେ ନିଯୁକ୍ତି ଦେଉନାହାଁନ୍ତି ବୋଲି କହିଛନ୍ତି ସଂଘର ଆବାହିକା ସିଲା ପଟେଲ । ଆମେ ସରକାରଙ୍କୁ ଏହି ପ୍ରସଙ୍ଗରେ ପୁନର୍ବାର ଜଣାଇବୁ ଏବଂ ସରକାର ଯଦି ଆମ ଦାବି ଉପରେ ସୁବିଚାର ନ କରନ୍ତି, ତେବେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ଆବାହିକା ସିଲା ପଟେଲ ଚେତାବନୀ ଦେଇଛନ୍ତି ।
ସେହିପରି ଆମେ ସବୁଚକ୍ଷୁ ଆସିଷ୍ଟାନ୍ଟମାନେ ଦୁଇବର୍ଷ ତାଲିମ ନେଇ ଘରେ ବସିଛୁ, ସରକାରଙ୍କ ପାଖରେ ନିଯୁକ୍ତି ପାଇଁ ଦାବି ଜଣାଇଛୁ ।ହେଲେ ସରକାର କିଛି ନଜାଣିଲା ଭଳି ଚୁପ୍ ହୋଇ ବସିଛନ୍ତି । ଆମର ୨୦୦ ପିଲା ପାସ୍ଆଉଟ ହୋଇଛନ୍ତି ଏବଂ ସରକାରଙ୍କ ପାଖରେ ୪୦୦ ପଦବୀ ଖାଲି ପଡ଼ିଛି ।ବିଭିନ୍ନ ପିଏଚସି, ସିଏଚସି ଓ ମେଡ଼ିକାଲ ମାନଙ୍କରେ ଚକ୍ଷୁରୋଗୀଙ୍କ ଚିକିତ୍ସା ପାଇଁ ସରକାର ଆମକୁ ନିଯୁକ୍ତି ଦିଅନ୍ତୁ ବୋଲି ସଂଘର ସଭାପତି ସୁବ୍ରତ ବେହେରା କହିଛନ୍ତି ।ସଂଘତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ୫-ଟି ସଚିବ ଓ ସ୍ୱାସ୍ଥ୍ୟସଚିବଙ୍କୁ ପୁନର୍ବାର ଆମ୍ଭର ଦାବିଜଣାଇବୁ ଓ ସ୍ଥାୟୀ ନିଯୁକ୍ତି ପାଇଁ ଅନୁରୋଧ କରିବୁ ।ସରକାର ଯଦି ଆମର ଦାବି ପ୍ରତିକର୍ଣ୍ଣପାତ ନ କରନ୍ତି, ତେବେ ଆଗାମୀ ଦିନରେ ନିଜରହକ୍ ପାଇଁ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବୁ ବୋଲି ସଭାପତି ସୁବ୍ରତ ବେହେରା ଚେତାବନୀ ଦେଇଛନ୍ତି ।