ଖଲ୍ଲିକୋଟ ୨୯/୧୦/୨୦୨୨(ଓଡ଼ିଶା ସମାଚାର)- ବାଣ ତିଆରି ବେଳେ ବିସ୍ଫୋରଣ ଘଟିବା ଫଳରେ ଜଣେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ଏଭଳି ଅଘଟଣ ଘଟିଛି । ଏଥିରେ ଖଲ୍ଲିକୋଟ କରଣ ସାହିର ଜିତେନ୍ଦ୍ର ପ୍ରଧାନ(୩୦)ଙ୍କର ମୃତ୍ୟୁ ହୋଇଛି । ରାମାୟଣ ନାଟକ ପାଇଁ ଜିତେନ୍ଦ୍ର ବାଣ ଭିଡୁଥିଲେ । ଖଲ୍ଲିକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।