Wednesday , May 31 2023
Breaking News
Home / ବିଶେଷ / ରାସ୍ତା ମରାମତି ପାଇଁ ସମାଜସେବୀଙ୍କ ପ୍ରତୀକ ଧାରଣା

ରାସ୍ତା ମରାମତି ପାଇଁ ସମାଜସେବୀଙ୍କ ପ୍ରତୀକ ଧାରଣା

ଯାଜପୁର, ୨୯/୧୦/୨୦୨୨(ଓଡ଼ିଶା ସମାଚାର /ସୁରେଶ କୁମାର କର)- ବରୁଆଁ – ବରୀ ଏମଡିଆର ୧୪ ରାସ୍ତା ରଶଙ୍କାରୀଗଡ଼ା ଠାରୁ ବରୀ ମାଉଣ୍ଟ ରାସ୍ତା ପାଲଟିଛି ମରଣ ଯନ୍ତା । ପ୍ରତ୍ୟହ ଦୁର୍ଘଟଣା ଯୋଗୁ ବହୁ ନିରୀହ ଜୀବନ ପ୍ରାଣ ହରାଉଛନ୍ତି ଏହି ରାସ୍ତାରେ । ଗତ ଦୁଇ ବର୍ଷ  ମଧ୍ୟରେ ଶଂକାରୀଗଡା ରୁ ଚୂଡ଼ାକଲ ଛକ ମଧ୍ୟରେ ପାଖାପାଖି ୧୦ ଜଣ ଙ୍କ ପ୍ରାଣ ନେଇଛି ଏହି ରାସ୍ତା ଯାହାକି ସମସ୍ତଙ୍କୁ ବ୍ୟଥିତ କରିଛି । ମୁଖ୍ୟ କାରଣ ନିମ୍ନମାନ କାର୍ଯ୍ୟ ଓ ପ୍ରଶାସନ ଏପ୍ରତି କୌଣସି ଆଖି ଦୃଶିଆ ପଦକ୍ଷେପ ନ ନେବାରୁ ଏହାର ପ୍ରତିବାଦ ଆରମ୍ଭ କରିଛନ୍ତି କିମ୍ଭିରିଆପାଳ ର ଜନୈକ ଯୁବ ସମାଜସେବୀ ସୁକାନ୍ତ ନାୟକ । ସୁକାନ୍ତ ଆଜି ସକାଳୁ ଶଂକାରୀଗଡା ନବ ଭାରତୀ ବିଦ୍ୟା ଭବନ ପାର୍ଶ୍ୱ ରାସ୍ଥା ରେ ମୌନବ୍ରତ କରି ସମସ୍ତଙ୍କ ସହଯୋଗ ଲୋଡିଛନ୍ତି । ଏହି ରାସ୍ତା ମରାମତି ପାଇଁ ଲିଖିତ ପ୍ରତିଶୃତି ନ ମିଳିବା ଯାଏ ସେ କଥା ପଦଟିଏ କହିବେ ନାହିଁ ବୋଲି  ଦର୍ଶାଇଛନ୍ତି । ଅପରପକ୍ଷରେ ଅଞ୍ଚଳର ବହୁ ଯୁବକ, ଜନସାଧାରଣ ସୁକାନ୍ତ କୁ ସହଯୋଗ କରୁଥିବା ଜଣାପଡିଛି ।

Leave a Reply

Your email address will not be published.