ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ରକ୍ତଦାନ ଓ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ: ୧୦୦ ୟୁନିଟ ରକ୍ତ ସଂଗ୍ରହ
ନିରାକାରପୁର,୨୯/୧୦/୨୦୨୨(ଓଡ଼ିଶା ସମାଚାର)-ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଆର୍ଯ୍ୟବିହାର ପରିସରରେ ମ୍ୟାଗ୍ନମ୍ ଡି.ବି. ଫାଉଣ୍ଡେସନ୍ , ରାମେଶ୍ୱର ତରଫରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ସଚେତନତା ଶିବିର ଆୟୋଜନ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ପୂର୍ବାହ୍ନରେ ନିରାକାରପୁର ଥାନାର ଭାରପ୍ରାପ୍ତ ଅଧିକାରୀ ଗୀତାରାଣୀ ନାୟକ ଉଦଘାଟନ କରିବା ସହ ନିଜେ ମଧ୍ୟ ରକ୍ତଦାନ କରିଥିଲେ । ବିଦ୍ୟାମନ୍ଦିରର ଅନେକ ଗୁରୁଜୀଗୁରୁମା ଯଥା ଜିତେନ୍ଦ୍ର ଗୁରୁଜୀ , ପବିତ୍ର ଗୁରୁଜୀ , ଲଲାଟ ଗୁରୁଜୀ , ଲିପକ ଗୁରୁଜୀ , ବିନୋଦ ଗୁରୁଜୀ , ସନ୍ଧ୍ୟାଗୁରୁମା , ରାଜଲକ୍ଷ୍ମୀ ଗୁରୁମା ଇତ୍ୟାାଦି ରକ୍ତଦାନର ଆବଶ୍ୟକତାକୁ ଉପଲବ୍ଧି କରି ରକ୍ତଦାନ କରିଥିଲେ । ରେଡକ୍ରସ୍ ବ୍ଲଡ୍ ବ୍ୟାଙ୍କ ଡାକ୍ତର ଶେଷାଂଶୁ ଶତପଥୀଙ୍କ ତତ୍ୱାବଧାନରେ ସର୍ବମୋଟ ୧୦୦ ଜଣ ରକ୍ତଦାତାଙ୍କ ଠାରୁ ୧୦୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଅପରାହ୍ଣରେ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀଙ୍କୁ ନେଇ ଏକ ସ୍ୱାସ୍ଥ୍ୟ ସଚେତନତା ଶିବିର ଆୟୋଜିତ ହୋଇଥିଲା ।
ବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ ବିଭୁତି ଭୂଷଣ ଆଚାର୍ଯ୍ୟ ମଂଚାସୀନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ‘ସ୍ୱାସ୍ଥ୍ୟ ହିଁ ସମ୍ପଦ’ ବିଷୟରେ ଆଲୋଚନା ରଖିଥିଲେ । ମୁଖ୍ୟ ଅତିଥିଭାବେ ମ୍ୟାଗନମ ଗ୍ରୁପ ଅଫ କମ୍ପାନୀ ତଥା ଫାଉଣ୍ଡେସନର ଚେୟ୍ୟାରମ୍ୟାନ ଶ୍ରୀଯୁକ୍ତ ରମେଶ ମହାପାତ୍ର ମୁଖ୍ୟବକ୍ତା ଭାବରେ ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ପ୍ରବୀଣ ପାହୀ , ମ୍ୟାଗ୍ନମ୍ ଡି.ବି. ଫାଉଣ୍ଡେସନ୍ ଭାଇସ୍ ଚେୟାରମ୍ୟାନ୍ ଡକ୍ତର ଗୀତାରାଣୀ ପାଢୀ ଥିବାବେଳେ ବିଶିଷ୍ଟ ଅତିଥିଭାବେ ମ୍ୟାଗ୍ନମ୍ ଏମ୍.ଡି. ଶ୍ରୀଯୁକ୍ତ ପ୍ରେମଶଙ୍କର ଶତପଥୀ , ସମିତା ଶତପଥୀ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସମ୍ପାଦକ ଶ୍ରୀଯୁକ୍ତ ବିଭୁତି ଭୂଷଣ ଆଚାର୍ଯ୍ୟ ଓ ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ନଳିନୀ ରଥ ପ୍ରମୁଖ ଉପସ୍ଥିତ ଥିଲେ ।
‘ସ୍ୱାସ୍ଥ୍ୟ ହିଁ ସମ୍ପଦ’ ଓ ‘ରକ୍ତଦାନ ମହାପୂଣ୍ୟ ’ ଏହି ଶୀର୍ଷକର ଗୁରୁତ୍ୱକୁ ଦର୍ଶାଇବାକୁ ଯାଇ ଡାକ୍ତର ପ୍ରବୀଣ ପାହୀ ଉପସ୍ଥିତ ଥିବା ଶିଶୁ ବିଦ୍ୟାମନ୍ଦିରର ସମସ୍ତ ଶିଶୁ ଭାଇଭଉଣୀମାନଙ୍କୁ ସ୍ୱାସ୍ଥ୍ୟ ସଚେତନତା ସମ୍ବନ୍ଧରେ ଅନେକ ଉପାଦେୟ ତଥ୍ୟ ଉପସ୍ଥାପନ କରିଥିଲେ । ନୀରୋଗ ଜୀବନଯାପନରେ ସୁଷମ ଖାଦ୍ୟର ଆବଶ୍ୟକତା , ଜୀବନଚର୍ଯ୍ୟାର ପରିବର୍ତନ ଓ ନିୟମିତ ବ୍ୟାୟାମର ଗୁରୁତ୍ୱ ସମ୍ବନ୍ଧରେ ପିଲାମାନଙ୍କୁ ସଚେତନ କରାଇଥିଲେ । ମ୍ୟାଗ୍ନମ୍ ଡି.ବି. ଫାଉଣ୍ଡେସନ୍ ତରଫରୁ ଡାକ୍ତର ପ୍ରବୀଣ ପାହୀ , ବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ ବିଭୁତି ଭୂଷଣ ଆଚାର୍ଯ୍ୟ ଓ ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ନଳିନୀ ରଥଙ୍କୁ ଉପହାର ପ୍ରଦାନ କରାଯାଇଥିଲା ।
ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ସ୍ୱାସ୍ଥ୍ୟକିଟ୍ ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ବିଦ୍ୟୁତପ୍ରଭା ଗୁରୁମା ,ବିନୋଦ ସେଠୀ ଗୁରୁଜୀ ,ରଶ୍ମିପ୍ରଭା ଗୁରୁମା , ପ୍ରତିମା ଗୁରୁମା , ରୀନା ଗୁରୁମା , ତପସ୍ୱିନୀ ଗୁରୁମା , ସାଧନା ଗୁରୁମା , ସୁମିତ୍ରା ଗୁରୁମା ଓ ଅନ୍ୟ ସମସ୍ତ ଗୁରୁଜୀଗୁରୁମା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଶୃଙ୍ଖଳିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ଫାଉଣ୍ଡେସନର ବହୁ କର୍ମକର୍ତା ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।