କଟକ, ୨୯/୧୦/୨୦୨୨ (ଓଡ଼ିଶା ସମାଚାର/ଦେବାଶିଷ ରଥ)- ଶନିବାର ମହାନଦୀ ମହିଳା ସମିତି ଆନୁକୁଲ୍ୟରେ ସ୍ଥାନୀୟ ମହାନଦୀ ଭବନ ଠାରେ ଏକ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ ଯାଇଛି । ସକାଳ ୮ ଘଟିକା ସମୟରେ ଏହି ଶିବିରକୁ କଟକ ଚୌଦ୍ଵାର ବିଧାୟକଙ୍କ ପ୍ରତିନିଧି ତଥା ଡେଭଲମେଣ୍ଟ ଆସୋସିଏନ୍ ର ସମ୍ପାଦକ ଶ୍ରୀ ରମାକାନ୍ତ ଲେଙ୍କା ଓ ସହ ସମ୍ପାଦକ ଶ୍ରୀ ହିମାଂଶୁ ଷଡ଼ଙ୍ଗୀ ,ବରିଷ୍ଟ ଚିକିତ୍ସକ ପ୍ରଫେସର କ୍ଷୀରୋଦ ଚନ୍ଦ୍ର ନନ୍ଦ,ସମିତିର ସଭାନେତ୍ରୀ ଇନ୍ଦୁ ଦାଶ,ଉପଦେଷ୍ଟା ସ୍ନେହ ନନ୍ଦ, ନମିତା ଦାଶ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଥିଲା।ଉକ୍ତ ଶିବିରରେ ଶତାଧିକ ପୁରୁଷ ଓ ମହିଳା ତାଙ୍କର (BMD,lipid profile,HBAc,FBS ,PPBS,& Neuro detection test )ସମ୍ବନ୍ଧୀୟ ସ୍ବାସ୍ଥ୍ୟ ପରୀକ୍ଷା ମାନ କରିଥିଲେ। ଅର୍ଗାନିକ pvt ltd ଓ Torrent ସଂସ୍ଥା ଉକ୍ତ ସ୍ବାସ୍ଥ୍ୟ ପରୀକ୍ଷା ମାନ କରିଥିଲେ।
ଉକ୍ତ ଶିବିର କୁ ଉମା ମହାନ୍ତି,ନିବେଦିତା ଷଡ଼ଙ୍ଗୀ,ସୀମା କୁମାରୀ,ରିନା ମିଶ୍ର,ସସ୍ମିତା ସାବତ,ଅନ ସୁ୍ୟା ମହାନ୍ତି,ମଧୁସ୍ମିତା ଷଡ଼ଙ୍ଗୀ,ବୁଲବୁଲ ଚାଟାର୍ଜୀ,କନକ ଅକ୍ଷୟ,ଶାନ୍ତି ମହାନ୍ତି,ଜ୍ୟୋସ୍ନା ସାହୁ,ସରସ୍ଵତୀ ପ୍ରମୁଖ ପରିଚାଳନା କରିଥିଲେ।