ଗରଦପୁର, ୨୯/୧୦/୨୦୨୨(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ସମ୍ମିଳନୀ କକ୍ଷରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ ହୋଇ ଯାଇଛି । ବିଡ଼ିଓ ଧର୍ମ ରଂଜନ ପଣ୍ଡା , ପାଟକୁରା ସ୍ୱାସ୍ଥ୍ୟ କେନ୍ଦ୍ର ର ସ୍ୱାସ୍ଥ୍ୟ ଅଧିକାରୀ ଡ଼ ହିମାଂଶୁ ଭୁଷଣ ସଢ଼ଙ୍ଗୀ , ବ୍ଲକ୍ ପ୍ରାଣୀଧନ ଚିକିତ୍ସକ, ଏବିଇଓ ଗତିକୃଷ୍ଣ ଦାସ , ସାମାଜିକ ସୁରକ୍ଷା ଅଧିକାରୀ ଖଗେଶ୍ୱର ସେଠୀ ଓ ଅଗ୍ନୀଶମ ବିଭାଗ ଅଧିକାରୀଙ୍କ ସମେତ ବ୍ଲକ୍ ବିପର୍ଯ୍ୟୟ ପରିଚାଳନା ସମିତି ର ସଭାପତି ନରୋତମ ପରିଡ଼ା ଯୋଗଦେଇ ବିପର୍ଯ୍ୟୟ ସମୟରେ ନିର୍ବାଚିତ ପ୍ରତିନିଧି ଓ ସାମାଜିକ କର୍ମୀ ଏବଂ ପଂଚାୟତରେ କାର୍ଯ୍ୟରତ କର୍ମଚାରୀ କିଭଳି ବିପର୍ଯ୍ୟୟ ପରିଚାଳନା କରିବେ , ସେ ସମ୍ପର୍କରେ ବୈଠକରେ ଆଲୋକପାତ କରାଯାଇଥିଲା । ଏହାଛଡ଼ା ଏହି ସମୟରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା କୁ କିପରି ନରାକରଣ ଓ ନିଦାନ କରାଯିବ ସେ ସମ୍ପର୍କରେ ଆଲୋଚନା କରିବା ସହ ପ୍ରଶିକ୍ଷଣ ଦିଆଯାଇଥିଲା । ବିପର୍ଯ୍ୟୟ ପରେ ମହାମାରୀ ନବ୍ୟାପିବା ଓ ମହାମାରୀକୁ କିପରି ମୁକାବିଲା କରାଯିବ ସେଥିପାଇଁ ସତର୍କ ରହିବାକୁ ଆଗୁଆ କି ପଦକ୍ଷେପ ନିଆଯିବ ସୂଚନା ଦିଆଯାଇଥିଲା । ବିପର୍ଯ୍ୟୟ ସମୟରେ ଗୃହ ପାଳିତ ପଶୁ ଙ୍କ ପ୍ରତି ସତର୍କ ରହିବା ସହ ସେମାନଙ୍କ ର ଯତ୍ନ ଓ ଖାଦ୍ୟ ବଂଟନ ପରିଚାଳନା ନେଇ ଆଲୋଚନା ହୋଇଥିଲା । ସେହିପରି କୋରୁଆ ଅଗନୀଶମ କର୍ମଚାରୀ ମାନଙ୍କ ଦ୍ୱାରା ଚିତ୍ରୋପôଳା ମହିଳା ମହାବିଦ୍ୟାଳୟ ପରିସରରେ ବିପର୍ଯ୍ୟୟ ପରିଚାଳନା ଓ କୁମାବିଲଶ ନେଇ ମକ ଡ଼୍ରିଲ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବ୍ଲକ୍ ଉନ୍ନୟନ ବିଭାଗର କର୍ମଚାରୀ ଚୈତନ୍ୟ ବିଶ୍ୱାଳ ପରିଚାଳନା କରିଥିଲେ ।