Wednesday , May 31 2023
Breaking News
Home / ବିଶେଷ / ଗରଦପୁର ବ୍ଲକ୍ ରେ ନିଯୁକ୍ତି ମେଳା 

ଗରଦପୁର ବ୍ଲକ୍ ରେ ନିଯୁକ୍ତି ମେଳା 

ଗରଦପୁର, ୨୯/୧୦/୨୦୨୨(ଓଡ଼ିଶା ସମାଚାର)-ବେକାରୀ ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ବିଭିନ୍ନଜ ବେସରକାରୀ ଅନୁଷ୍ଠାନରେ ନିଯୁକ୍ତି ଦେଇ ଆର୍ଥିକ ସ୍ୱାବଲମ୍ବୀ କରିବା ନିମନ୍ତେ ଗରଦପୁର ବ୍ଲକ୍ ପରିସରରେ ଆଜି ଜିବୀକା ମିଶନ ପକ୍ଷରୁ ଏକ ସ୍ୱତନ୍ତ୍ର ନିଯୁକ୍ତି ମେଳା ଅନୁଷ୍ଠିତ ହୋଇ ଯାଇଛି ।  ଏହି ମେଳାକୁ ବିଡ଼ିଓ ଧର୍ମ ରଂଜନ ପଣ୍ଡା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ ଭାରତ ସରକାରଙ୍କ ଦକ୍ଷତା ବିକାଶ ବିଭାଗ , ସିପେସ, ରାଜ୍ୟ ସରକାରଙ୍କ କର୍ମ ନିୟୋଜନ ବିଭାଗ , ଓଡ଼ିଶା ଦକ୍ଷତା ବିକାଶ ଅଥରିଟି ସମେତ ଏଆଇଏସିଟି ଭଳି ଅନେକ ସଂସ୍ଥା ଯୋଗଦେଇ ସିଲାଇ ମେସିନ୍ , ହୋଟେଲ ମ୍ୟାନେଜମେଂଟ, ଇଲେକ୍ଟ୍ରିସିଆନ୍ , ନର୍ସ , କମ୍ପ୍ୟୁଟର  ଓ ମେକାନିକାଲ ଅପରେଟର ଆଦି ନିଯୁକ୍ତି ସମ୍ପର୍କରେ ସୂଚନା ଦେବା ସହ କିପରି ମାଗଣା ରହିବା ଓ ଖାଇବା ସହ କିଭଳି ପ୍ରଶିକ୍ଷଣ ନେଇ ସ୍ୱାବଲମ୍ବୀ ହୋଇ ଅର୍ଥ ରୋଜଗାର କରି ପାରିବେ , ସେ ସମ୍ପର୍କରେ ନିଯୁକ୍ତି ମେଳାରେ ସୂଚନା ଦିଆଯାଇଥିଲା ।  ଏଥିରେ ୫୧ ଜଣ ଯୁବକ / ଯୁବତୀ ନିଜର ନାମ ପଂଜିକୃତ କରି ପ୍ରଶିକ୍ଷଣ ନେବା ପାଇଁ ସ୍ଥିର ହୋଇଛି । ଏହି କାର୍ଯ୍ୟକ୍ରମକୁ ଉନ୍ନୟନ ବିଭାଗ ଅଧିକାରୀ ଚୈତନ୍ୟ ପ୍ରଦାଦ ବିଶ୍ୱାଳ, ଜିବୀକା ମିଶନ ଅଧିକାରୀ ସୁସ୍ମିତା ରାୟ ଓ ମନରେଗା ବିଭାଗର ଏପିଓ ଆଲୋକ କୁମାର ପତି ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published.