Wednesday , May 31 2023
Home / ବିଶେଷ / କଟକ ମହାନଦୀ ବିହାର ଡ଼କାୟତି ଘଟଣା ରେ ୫ ଗିରଫ

କଟକ ମହାନଦୀ ବିହାର ଡ଼କାୟତି ଘଟଣା ରେ ୫ ଗିରଫ

କଟକ, ୨୯/୧୦/୨୦୨୨ (ଓଡ଼ିଶା ସମାଚାର/ଦେବାଶିଷ ରଥ)- ଗତ ୨୧ ତାରିଖ ସକାଳେ କଟକ ମହାନଦୀ ବିହାର ପ୍ଲଟ୍ ନଂ ୫୬୭ ରେ ରହୁଥିବା ଦୀପ୍ତି ରଞ୍ଜନ ପଟ୍ଟନାୟକଙ୍କ ଘରେ ୫ଜଣ ଦୁର୍ବୁତ୍ତ ପସି ୧୮ଲକ୍ଷ ରୁ ଅଧିକ ଟଙ୍କା ଓ ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା । ମାରଣାସ୍ତ୍ର ଦେଖାଇ ଘରର ଲୋକ ମାନଙ୍କୁ ବାନ୍ଧି ପକାଇ ଲୁଟ୍ ପାଟ କରିଥିଲେ । ଦୀପ୍ତିରଞ୍ଜନ ଏହାକୁ ବିରୋଧ କରିବାରୁ ତାଙ୍କୁ ଡକାୟତ ମାନେ ଆକ୍ରମଣ କରିଥିଲେ । ଡକାୟତଙ୍କ ଆକ୍ରମଣରେ ଦୀପ୍ତିରଞ୍ଜନ ଆହତ ହୋଇଥିଲେ । ତାଙ୍କ ମୁଣ୍ଡ ଫାଟିଥିଲା । ଡ଼କାୟତମାନେ ଡ଼କାୟତି କରି ଘରେ ଲାଗିଥିବା ସିସିଟିଭି ର ହାର୍ଡ଼ ଡ଼ିସ୍କ ମଧ୍ୟ ନେଇଯାଇଥିଲେ ।
ପୋଲିସ ସୂତ୍ରରୁ ପ୍ରକାଶ ଯେ ବନ୍ଧୁକ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଦେଖାଇ ଦୁର୍ବୃତମାନେ ଧମକାଇ ଦୀପ୍ତିରଂଜନ ଙ୍କ ପତ୍ନୀ ଙ୍କ ଠାରୁ ଆଲମିରା ଚାବି ନେଇ ଆଲମିରାରେ ଥିବା ନଗଦ ୧୮ ଲକ୍ଷ ୫୦ ହଜାର ଟଙ୍କା ସହିତ ସୁନା ଅଳଙ୍କାର ଲୁଟି ନେଇଥିଲେ । ସେମାନେ ହିନ୍ଦି ଓ ଓଡ଼ିଆରେ କଥା ବାର୍ତା କରୁଥିଲେ । ଏ ସମ୍ପର୍କରେ ଦୀପ୍ତିରଂଜନ ଙ୍କ ଏତଲାକୁ ଭିତିକରି ଚାଉଳିଆଗଂଜ ଥାନାରେ କେଶ ନଂ ୩୩୪ ରେ ଏକ ମାମଲା ରୁଜୁ ହୋଇଥିଲା । ଚାଉଳିଆଗଂଜ ପୋଲିସ ଏହି ମାମଲାରେ ୫ ଜଣଙ୍କୁ ଗିରଫ କରିବା ସହିତ ନଗଦ ୧ ଲକ୍ଷ ୭୮ ହଜାର ୫ ଶହ ଟଙ୍କା ,୭ ଟି ମୋବାଇଲ ଫୋନ୍ ,ଗୋଟିଏ ଧଳା ରଂଗର ମାରତି ସୁଜୁକି ଡ଼େଜାୟାର , ଏକ ନାଲି ରଙ୍ଗର ମୋଟର ସାଇକେଲ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଭଦ୍ରକ ଜିଲା ବନ୍ତ ଥାନା ଅନ୍ତର୍ଗତ ବରପଦା ଅଂଚଳର ତାପସ କୁମାର ଜେନା ଆଲିଆସ ବାପି (୩୪), ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ ସଦାନନ୍ଦପୁର ମିର୍ଜାପୁର ର ଚିତରଂଜନ ମହାପାତ୍ର ଆଲିଆସ ପୁରୁ (୪୫), ଝାରଖଣ୍ଡ ଗାନ୍ଧିନଗର ବସ୍ତିର ଦୀପକ ଝା (୨୫), ଝାରଖଣ୍ଡ ଗାନ୍ଧିନଗର ର ବିଜୟ ପଟେଲ (୩୦) ଓ ଝାରଖଣ୍ଡ ଗାନ୍ଧିନଗର ରାମନଗର ଅଂଚଳର ଗଣେଷ ପ୍ରସାଦ ସୋନୀ (୫୨) । ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave a Reply

Your email address will not be published.