Monday , June 5 2023
Breaking News
Home / ବିଶେଷ / ୩ମହଲାରୁ ତଳକୁ ଖସିପଡି ହାବିଲଦାର ପତ୍ନୀଙ୍କ ମୃତୁ୍ୟ

୩ମହଲାରୁ ତଳକୁ ଖସିପଡି ହାବିଲଦାର ପତ୍ନୀଙ୍କ ମୃତୁ୍ୟ

କେନ୍ଦ୍ରାପଡ଼ା,୨୮/୧୦/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପୋଲିସ କଲୋନୀରେ ରହୁଥିବା କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ କଳାଘର ଯଦୁପୁର ଗ୍ରାମର ପୋଲିସ ହାବିଲଦାର ସୁଧାଂଶୁ ବିଶ୍ୱାଳଙ୍କ ଧର୍ମପତ୍ନୀ ମମତା ବିଶ୍ୱାଳ(୫୨) ତିନି ମହଲାରୁ ତଳକୁ ଖସିପଡିବାରୁ ତାଙ୍କର ମୃତୁ୍ୟ ହୋଇଯାଇଛି । ସୂଚନା ଅନୁଯାୟୀ ଶୁକ୍ରବାର ସକାଳ ପ୍ରାୟ ସାଢେ ୮ଟା ସମୟରେ ମମତା ବାଲକୋନୀରେ ଥରବା ଚଉଁରାରେ ପାଣି ଦେଉଥିବା ବେଳେ ତାଙ୍କ ମୁଣ୍ଡ ବୁଲାଇ ଦେବାରୁ ସେ ୩ମହଲା ଉପରୁ ତଳକୁ ଖସି ପଡିଥରଲେ । ତାଙ୍କୁ ସେଙ୍ଗ ସେଙ୍ଗ ଡାକ୍ତରଖାନାକୁ ନିଆଯାଇଥିଲେବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଟାଉନ ଥାନାରେ ଏନେଇ ୨୫/୨୦୨୨ରେ ଏକ ଅପମୃତୁ୍ୟ ମାମଲା ରୁଜୁ କରାଯାଇଥିବା ଜଣାପଡିଛି ।

Leave a Reply

Your email address will not be published.