Wednesday , May 31 2023
Breaking News
Home / ଶିକ୍ଷା / ହିଞ୍ଜିଳିବାହେଲି ବିଦ୍ୟାଳୟ ରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ 

ହିଞ୍ଜିଳିବାହେଲି ବିଦ୍ୟାଳୟ ରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ 

ଜୁନାଗଡ଼, ୨୮ /୧୦/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ)-ଜୁନାଗଡ଼ ସହର ସ୍ଥିତ ହିଞ୍ଜିଳିବାହେଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବ ରେ ଷୋହଳ ଟି କ୍ଲଷ୍ଟର ର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ନାଚ, ଗୀତ, ପ୍ରବନ୍ଧ,ତର୍କ ସାଧାରଣ ଜ୍ଞାନ ପ୍ରଭୁତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଗ୍ରହଣ କରିଥିବା ଛାତ୍ର ଛାତ୍ରୀ ମାନେ ଆସନ୍ତା ନଭେମ୍ବର ପାଞ୍ଚ ତାରିଖ ଦିନ ଭବାନୀପାଟଣା ଠାରେ ହେବାକୁ ଥିବା ଜ଼ିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିବା କାର୍ଯ୍ୟକ୍ରମ ରହିଛି । ଏହି ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ରେ ଅନୁଷ୍ଠିତ ପୁରସ୍କାର ବିତରଣ ସଭା ରେ ହିଞ୍ଜିଳିବାହେଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସରୋଜ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ବିଡ଼ିଓ ଦୁଲାରାମ ମାରାଣ୍ଡି, ମୁଖ୍ୟ ବକ୍ତା ଭାବେ ଜୁନାଗଡ଼ ବିଇଓ ଷଷ୍ଠୀ ଝାଙ୍କର ସମ୍ମାନିତ ଅତିଥି ଭାବେ ଏବିଇଓ କୁଳମଣି ମାଝୀ, ଦୁର୍ଗେ ମେହେର, କ୍ଷୀରୋଦ ଭୋଇ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ମଞ୍ଚ ପରିଚାଳନା ମକରଧ୍ୱଜ ରାଉତ କରିଥିବାବେଳେ ସିଆରସିସି ଗୋଦାବରୀଶ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.