Wednesday , May 31 2023
Home / ବିଶେଷ / ସ୍ୱାମୀର ଆତ୍ମହତ୍ୟା ପରେ ପତ୍ନୀର ଆତ୍ମହତ୍ୟା ଉଦ୍ୟମ

ସ୍ୱାମୀର ଆତ୍ମହତ୍ୟା ପରେ ପତ୍ନୀର ଆତ୍ମହତ୍ୟା ଉଦ୍ୟମ

ଘରୋଇ କଳିର କରୁଣ ପରିଣତି

କେନ୍ଦ୍ରାପଡ଼ା, ୨୮/୧୦/୨୦୨୨(ଓଡ଼ିଶା ସମାଚାର)- ପତିର ଆତ୍ମହତ୍ୟା ପରେ ତାଙ୍କ ପତ୍ନୀ ଆତ୍ମହତ୍ୟା ଉଦ୍ୟମ କରିଥିବା ନେଇ ସୂଚନା ମିଳିଛି । ଘଟଣା ଅନୁଯାୟୀ କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ଟାଉନ ବଳରାମପୁର ଗ୍ରାମରେ ଘରଭଡା ନେଇ ରହୁଥିବା ପାଟକୁରା ଥାନା ଅନ୍ତର୍ଗତ ନାରାୟଣପୁର ଗ୍ରାମର ମନୋଜ ବସନ୍ତିଆ(୩୫) ଘରୋଇ କଳିକୁ ମାନସିକ ଚାପଗ୍ରସ୍ତ ଥିବାରୁ ଶୁକ୍ରବାର ସେହି ଭଡାଘର ଭିତରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ତାଙ୍କ ପତ୍ନୀ କଲ୍ୟାଣୀ ବସନ୍ତିଆ(୨୯) ମାତ୍ରାଧିକ ଔଷଧ ସେବନ କରି ଆତ୍ମହତ୍ୟା ଉଦ୍ୟମ କରିଥିବା ପୋଲିସ ଠାରୁ ସୂଚନା ମିଳିଛି । କଲ୍ୟାଣୀଙ୍କୁ ସରକାରୀ ଡାକ୍ତରଖାନାରେ ଭର୍ତି କରାଯାଇଥିବା ବେଳେ ସେ ସୁସ୍ଥ ଥିବା ଜଣାପଡିଛି । କିନ୍ତୁ ତାଙ୍କ ସ୍ୱାମୀ ମନୋଜଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଏସମ୍ପର୍କରେ ଖବର ପାଇ ଟାଉନ ଥାନା ପୋଲିସ ଡାକ୍ତରଖାନାରେ ପହଂଚି ମନୋଜଙ୍କ ସବ ଜବତ କରିବା ସହ ୨୬/୨୦୨୨ରେ ଏକ ଅପମୃତୁ୍ୟ ମାମଲା ଦାୟର କରି ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ ତପନ କୁମାର ନାୟକ କହିଛନ୍ତି ।

Leave a Reply

Your email address will not be published.