ରଘୁନାଥପୁର,୨୮/୧୦/୨୦୨୨(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଛପଡ଼ା ପଂଚାୟତ ଜଇପୁରସ୍ଥିତ ଶ୍ରୀ ଶ୍ରୀ ନିଳକଂଠେଶ୍ୱର ମହାଦେବଙ୍କର ନୂତନ ମନ୍ଦିର ନିର୍ମାଣର ରତ୍ନ ମୁଦ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ବ୍ରାହ୍ମଣ ଓ ପଣ୍ଡିତ ମାନଙ୍କ ଦ୍ୱାରା ମନ୍ଦିର ପ୍ରାଙ୍ଗଣରେ ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏଥିରେ କର୍ତା ଭାବେ ପ୍ରଦୀପ ପଣ୍ଡା , ଝୁନା ପଣ୍ଡା ଉପସ୍ଥିତ ଥିବାବେଳେ ବ୍ରାହ୍ମଣଙ୍କ ମନ୍ତ୍ର ଧ୍ୱନୀରେ ଗଗନ ପବନ ମୁଖରୀତ ହେଉଥିଲା । ଛପଡ଼ା ତଥା ଆଖ ପାଖ ପଂଚାୟତର ଶିବ ପ୍ରେମୀ ମାନେ ସ୍ୱଇଛାରେ ମୁକ୍ତ ହସ୍ତରେ ବିଭିନ୍ନ ପ୍ରକାର ଦ୍ରବ୍ୟ ଦାନ କରୁଥିବାବେଳେ ଜିଲାର ବିଭିନ୍ନ ନେତୃସ୍ଥାନୀୟ ବ୍ୟକ୍ତି ଏଥିରେ ଯୋଗ ଦେଇଥିଲେ । ୪ ହଜାର ଭକ୍ତ ଙ୍କ ପାଇଁ ମାଗଣା ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବାବେଳେ ସ୍ଥାନୀୟ ସରପଂଚ ଶ୍ରମତୀ ଅମିତା ଖୁଂଟିଆ, ସମିତି ସଭ୍ୟ ରଂଜନ କୁମାର ସ୍ୱାଇଁ, ଚିତ ରଂଜନ ଦାସ, ନୀରାକାର ଖୁଂଟିଆ, ତ୍ରିଲୋଚନ ଖୁଂଟିଆ, ତପନ କୁମାର ସାମଲ, ହାଡ଼ିବନ୍ଧୁ ମହାନ୍ତି, ବିଶେଇ ପ୍ରଧାନ, ଶୋବନୀ ମହାନ୍ତି, ନିତ୍ୟାନନ୍ଦ ପ୍ରଧାନ, ବାବାଜୀ ସ୍ୱାଇଁ, ପ୍ରଫୁଲ ଖୁଂଟିଆ, ପ୍ରଦୀପ୍ତ ଦାସ, ଦିଲିପ ବେହେରା, ଦୁଶାସନ ସାମଲ, ରତ୍ନାକର ଖୁଂଟିଆ, ଅଭୟ ପ୍ରଧାନ, ମନୋରଂଜନ ଦାସ , ଚୈତନ୍ୟ ଦାସ, ଲଳିତ ଦାସ, ବିଭୂତି ଖୁଂଟିଆ, ଦେବେନ୍ଦ୍ର ସ୍ୱାଇଁ, ନୀରୋଦ ପୃଷ୍ଟି , ଫକୀର ପୃଷ୍ଟି ସମେତ ସମସ୍ତ ପଂଚାୟତ ବାସୀ ଏହି ଉତ୍ସବରେ ସହଯୋଗର ହାତ ବଢ଼ାଇଥିଲେ ।