Thursday , June 1 2023
Breaking News
Home / ବିଶେଷ / ରେଢୁଆ ଅଂଚଳର ବିଭିନ୍ନ ସମସ୍ୟା ଓ ବିକାଶ ଦାବି କରି ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା     

ରେଢୁଆ ଅଂଚଳର ବିଭିନ୍ନ ସମସ୍ୟା ଓ ବିକାଶ ଦାବି କରି ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା     

ରଘୁନାଥପୁର,୨୮/୧୦/୨୦୨୨(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ ଅନ୍ତର୍ଗତ ରେଢୁଆ ଅଂଚଳର ବିଭିନ୍ନ ପ୍ରକାର ବିକାଶମୂଳକ କାର୍ଯ୍ୟର ଦାବି ପୂରଣ ଓ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି ରେଢୁଆ ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ରେଢୁଆ ଅଂଚଳ ଉପରେ ଦୈନିକ ହଜାର ହଜାର ଲୋକ ନିର୍ଭର କରନ୍ତି । ଦୀର୍ଘ ଦିନ ଧରି ଜନସାଧାରଣ ଏଅଂଚଳର ବିକାଶ ପାଇଁ ବିଭିନ୍ନ ପ୍ରକାର ଲୋକାଭିମୁଖୀ କାର୍ଯ୍ୟ ନିମନ୍ତେ ସରକାର ଓ ପ୍ରଶାସନ ନିକଟରେ ଦାବି କରିଆସୁଛନ୍ତି । ଏହି ସମ୍ପର୍କରେ ୧୧ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା । ଏହି ଦାବି ଗୁଡିକ ହେଲା ମୃତ ନଦୀରେ ମାଛ ଚାଷ, ଶୀତଳ ଭଣ୍ଡାର ସ୍ଥାପନ, ମୁଗ ପକ୍ରିୟା କରଣ ଶିଳ୍ପ, ପଶୁ ଚିକିସôାଳୟ, ଶବ ସଂସ୍କାର ନିମନ୍ତେ ଆବଶ୍ୟକ ଜମି, ଧଳତଙ୍ଗଗଡ ଜଙ୍ଗଲକୁ ଇକୋ ଟୁରୁଜିମ ସ୍ଥଳରେ ପରିଣତ କରିବା, ଜଳନିଷ୍କାସନ ଓ ବିକଳ୍ପ ଜୀବିକା ଯୋଗାଇଦେବା, +୩ ବିଜ୍ଞାନ ଶିକ୍ଷାଦାନ ବ୍ୟବସ୍ଥା, ରେଢୁଆ ମଠ ଗଡା ଠାରୁ ଶେଖ୍ ପାଟଣା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଇତ୍ୟାଦି । ଏହି ଦାବି ଗୁଡିକ ସମ୍ପର୍କରେ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବାରୁ ଆଜି ସମାଜସେବୀ ସ୍ନେହାଂସୁ ଜେନା, ସମାଜସେବୀ ପ୍ରାଣକୃଷ୍ଣ ନାୟକ, ଦେବେନ୍ଦ୍ର ନାଥ ସ୍ୱାଇଁ, ସଂଗ୍ରାମୀ ଦେବୀପ୍ରସାଦ ମହାରଣା, ସଞ୍ଜନ ନାୟକ, ବିପିନି ବିହାରି ସ୍ୱାଇଁ, ନିରଞ୍ଜନ ବାରିକ, ଉମାକାନ୍ତ ଦାସ, ଅଭିରାମ ବେହେରା, ସତ୍ୟବାଦି ବେହେରା, ରାକେଶ ମହାନ୍ତି, ପୁଷ୍ପଲତା ଦାସ, ରେଖା ମହାନ୍ତି, ମନରମା ବାରିକ, ଶାନ୍ତିଲତା ଦାସ ପ୍ରମୁଖ ଶତାଧିକ ଧାରଣାରେ ବସିଛନ୍ତି । ଆଜି ଦିନ ୧୦ଟାରୁ ଧାରଣାରେ ବସିଥିଲେ ମଧ୍ୟ ପ୍ରଶାସନ ସେମାନଙ୍କ ପାଖରେ ପହଂଚି ପାରିନାହିଁ ।

Leave a Reply

Your email address will not be published.