Sunday , May 28 2023
Breaking News
Home / କୃଷି / ମତ୍ସ୍ୟ ଉତ୍ପାଦନ ବୃଦ୍ଧି ଲକ୍ଷରେ ମହିଳା କର୍ମଶାଳା

ମତ୍ସ୍ୟ ଉତ୍ପାଦନ ବୃଦ୍ଧି ଲକ୍ଷରେ ମହିଳା କର୍ମଶାଳା

ଗରଦପୁର, ୨୮/୧୦/୨୦୨୨(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ସମ୍ମିଳନୀ କକ୍ଷରେ ବ୍ଲକ୍ ସ୍ତରୀୟ ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନଙ୍କୁ ବୈଜ୍ଞାନିକ ପଦ୍ଧତିରେ ମାଛ ଚାଷ କରିବା ପାଇଁ କର୍ମଶାଳାରେ ପ୍ରଶିକ୍ଷଣ ଦିଆଯାଇଛି । ଏହି ଉପଲକ୍ଷେ ଆୟୋଜିତ କର୍ମଶାଳାକୁ ବିଡ଼ିଓ ଧର୍ମ ରଂଜନ ପଣ୍ଡା ଉଦଘାଟନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ଜିଲା ମତ୍ସ୍ୟ ଅଧିକାରିଣୀ ମମତା ମହାପାତ୍ର ଯୋଗଦେଇ ମହିଳା ମାନଙ୍କର ଆର୍ଥିକ ମାନଦଣ୍ଡ ସୁଦୃଢ଼ କରିବା କ୍ଷେତ୍ରରେ ମତ୍ସ୍ୟ ଚାଷ ପାଇଁ ଅଧିକ ପ୍ରୋତ୍ସାହନ ଯୋଗାଇ ଦିଆଯିବ ବୋଲି କହିଥିଲେ । ଏହି ଅବସରରେ ବିଡ଼ିଓ ଶ୍ରୀ ପଣ୍ଡା ମତ୍ସ୍ୟ ଉତ୍ପାଦନ ବୃଦ୍ଧି କରିବା ଲକ୍ଷରେ ମହିଳା ମାନଙ୍କୁ ବୈ÷ଷୟିକ ଜ୍ଞ୍ୟାନ, ଆର୍ଥିକ ପେତ୍ସାହନ ତଥା ପ୍ରଶାସନିକ ସହାୟତା ଯୋଗାଇ ଦିଆଯାଉଥିବା କହିଥିଲେ । ଅଧିକନ୍ତୁ ଗତ କିଛି ଦିନ ତଳେ ଗରଦପୁର ପଂଚାୟତର ଦିଗି ପୋଖରୀ ରେ ଦୁର୍ବୃତମାନେ ବିଷ ପ୍ରୟୋଗ କରିଥିବାରୁ ସେଥିରେ ଉଦ୍ବେଗ ପ୍ରକାଶ କରି ନିଲାମ ଦିଆଯାଇଥିବା ପଂଚାୟତ ପୋଖରୀ ଗୁଡ଼ିକରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ନିଲାମ ଧରି ମତ୍ସ୍ୟ ଚାଷ କରୁଥିବାରୁ ଏଥିରେ କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପକୁ ବରଦାସ୍ତ କରାଯିବନି ବୋଲି ସତର୍କ କରାଇ ଦେଇଥିଲେ । ଉଲେଖନୀୟ ଏହିକି ଗରଦପୁର ବ୍ଲକ୍ ର ୧୨୬ ଟି ପଂଚାୟତ ପୋଖରୀକୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କୁ ମତ୍ସ୍ୟ ଚାଷ କରିବା ପାଇଁ ୫ ବର୍ଷିଆ ଲିଜ ପ୍ରଦାନ କରାଯାଇଛି । ବୈଜ୍ଞାନିକ ପଦ୍ଧତି ରେ ସମୃଦ୍ଧ ମତ୍ସ୍ୟ ଚାଷ କରି ହେକ୍ଟର ପିଛା ୫ ଟନ୍ ମାଛ ଉପôାଦନ କରି ମହିଳାମାନେ ଆର୍ଥିକ ଆତ୍ମ ନିର୍ଭରଶିଳ ହୋଇ ପାରିବେ ବୋଲି ପ୍ରଶିକ୍ଷକ ମତ୍ସ୍ୟ ଜେନେରାଲ ମ୍ୟାନେଜର ସୌରଭ ବିଶ୍ୱାଳ ସୂଚନା ଦେଇଥିଲେ । ଏକର ପିଛା ପ୍ରଥମ ଚାଷ ଅବଧିରେ ୩୬ ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ମିଳିବ ବୋଲି କହିଥିଲେ । ଜିଲା ମତ୍ସ୍ୟ ବିଭାଗ ମିଶନ ଶକ୍ତି ଏବଂ ୱାର୍ଡ ଫିସ୍ ର ମିଳିତ ଆନୁକୂଳ୍ୟରେ ୩୦ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠି ର ଶତାଧିକ ମହିଳା ପ୍ରଶିକ୍ଷଣ କର୍ମଶାଳାରେ ଯୋଗ ଦେଇଥିଲେ । ବ୍ଲକ୍ ସହକାରୀ ମତ୍ସ୍ୟ ଅଧିକାରୀ ସିଏଚ ପଲ୍ଲବୀ ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ ଓଡ଼ିଶା ଜିବୀକା ମିଶନ୍ ର ପ୍ରକଳ୍ପ ପରିଚାଳକ ଅଖିଳ ଆଚାର୍ଯ୍ୟ ଓ ବ୍ଲକ୍ ମିଶନ୍ ଶକ୍ତି ର ସଂଯୋଜିକା ସୁସ୍ନତା ରାୟ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବ୍ଲକ୍ ମତ୍ସ୍ୟ ଅଧିକାରୀ ଶଙ୍କର୍ଷଣ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published.