Wednesday , May 31 2023
Breaking News
Home / ବିଶେଷ / ଭୁବନ ସହର ସଂଗଠନ ତରଫରୁ ବାସୁଦେବ ବେହେରା ଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ

ଭୁବନ ସହର ସଂଗଠନ ତରଫରୁ ବାସୁଦେବ ବେହେରା ଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ

୩୦ ତାରିଖ ସଂଧ୍ୟାରେ ସମଗ୍ର ଭୁବନବାସୀ ଦୀପ ଜାଳି ଶ୍ରଦ୍ଧାଞ୍ଜଳି ଦେବେ

ଭୁବନ ୨୮/୧୦/୨୦୨୨(ଓଡ଼ିଶା ସମାଚାର)- ଭୁବନ ସହର ସଂଗଠନ ସଭାପତି ତଥା କାପୁଡିଆ ସମାଜ ରାଜ୍ୟ ସଭାପତି ବାସୁଦେବ ବେହେରା ଓରଫ ବୁଲା ବେହେରା ଙ୍କ ଉଦ୍ଧେଶ୍ୟରେ ସହର ସଂଗଠନ ତରଫରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପକ ଦିଲ୍ଲୀପ କୁମାର ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକସଭାରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ସମେତ ନୂଆବଜାର ବଣିକ ସଂଘ ସଭାପତି ଦୁଷ୍ମନ୍ତ କୁମାର ପୃଷ୍ଟି ,ଦୁର୍ଗା ବଜାର ସଭାପତି ଶ୍ରୀକାନ୍ତ ସାହୁ , ଶାନ୍ତି କମିଟି ବରିଷ୍ଠ ସଭ୍ୟ ଶ୍ରୀଧର ବେହେରା , ଅଜୟ ସେଠୀ , ଖଗେଶ୍ୱର ନାୟକ , ବିଦ୍ୟାଧର ବିହାରୀ , ସନ୍ତୋଷ ବିହାରୀ , ନିରଂଜନ ଗୁରୁ , ବିନୋଦ ମହାରଣା , ଶକ୍ତି ପ୍ରସାଦ ସାହୁ , ଗୁରୁ ପ୍ରସାଦ ମିଶ୍ର, ଦଶହରା ବଳଦ ଯାତ୍ରା କମିଟି ସଦସ୍ୟ , ଦୁର୍ଗା ପୂଜା କମଟି ସଦସ୍ୟ , ବିଭିନ୍ନ ଜାତି ସଭାପତି ,ସଂପାଦକ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି ସ୍ୱର୍ଗତ ବୁଲା ବେହେରା ଙ୍କ ଭୁବନ ପାଇଁ ଅବଦାନ ଓ କର୍ମମୟ ଜୀବନ ସଂପର୍କରେ ଆଲୋଚନା କରିଥିଲେ । ତାଙ୍କ ପରଲୋକ ସମଗ୍ର ଭୁବନ ପାଇଁ ଅପୂରଣୀୟ କ୍ଷତି ବୋଲି ସ୍ମୃତି ଚାରଣ କରି କହିଥିଲେ । ଆସନ୍ତା ୩୦ ତାରିଖ ରବିବାର ସ୍ୱର୍ଗତ ବୁଲା ବେହେରା ଙ୍କ ଦଶାହ ସଂଧ୍ୟାରେ ସମଗ୍ର ଭୁବନବାସୀ ନିଜ ଅଗଣାରେ ଦୀପ ଜାଳି ଶ୍ରଦ୍ଧାଞ୍ଜଳି ଦେବାକୁ ସ୍ଥିର ହୋଇଥିଲା । ସହରର ଏକ ପ୍ରମୁଖ ଛକରେ ସ୍ୱର୍ଗତ ବୁଲା ବେହେରା ଙ୍କ ପ୍ରତିମୂର୍ତି ସ୍ଥାପନ ,ଏକ ରାସ୍ତା ଓ କଲ୍ୟାଣ ମଣ୍ଡପ ତାଙ୍କ ନାମରେ ନାମକରଣ କରାଯିବାକୁୁ ପ୍ରସ୍ତାବ ଗୃହୀତ ହୋଇଥିଲା । ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

Leave a Reply

Your email address will not be published.