ରଘୁନାଥପୁର,୨୮/୧୦/୨୦୨୨(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ସମ୍ମିଳନୀ କକ୍ଷରେ ବ୍ଲକ୍ ସ୍ତରୀୟ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଅତିରିକ୍ତ ଜିଲାପାଳ ଶ୍ରୀମତୀ ଚିନ୍ମୟୀ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ବିଡ଼ିଓ ଲମ୍ବୋଦର ଖୁଂଟିଆ , ଏବିଡ଼ିଓ ଅଶୋକ କୁମାର ମହାନ୍ତି, ଆମ୍ବୁଡ଼ସ ପର୍ସନ ରମେଶ ଚନ୍ଦ୍ର ବେହେରା, ଜିଲା ସାମାଜିକ ସମୀକ୍ଷକ ଦିପକ କୁମାର ପରିଜା , ବ୍ଲକ୍ ସହକାରୀ ଯନ୍ତ୍ରୀ ଅମିୟ ଚାନ୍ଦ ମଲିକ ଉପସ୍ଥିତ ରହି ସାମାଜିତକ ସହାୟତା କାର୍ଯ୍ୟକ୍ରମ ଓ ପଂଚଦଶ ଅର୍ଥ ଅନୁଦାନ ୧ ଅପ୍ରେଲ ୨୦୨୧ ଠାରୁ ୩୧ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ସାମାଜିକ ସମୀକ୍ଷା କରିଥିଲେ । ବିଭିନ୍ନ ପଂଚାୟତରେ ଏମଜିଏନଆରଇଏ ଯୋଜନାରେ ବିଭିନ୍ନ ପ୍ରକଳ୍ପ ର ଅଗ୍ରଗତି କାର୍ଯ୍ୟର ସମୀକ୍ଷା କରିବା ସହିତ ପଂଚାୟତରେ କିପରି ଅଧିକରୁ ଅଧିକ ବ୍ୟକ୍ତି ଏହି ଯୋଜନାରେ ଲାଭ ଉଠାଇ ପାରିବେ, ସେ ବିଷୟରେ ମତ ରଖିଥିଲେ । ସେହିପରି ପଂଚାୟତର ଭତା ହିତାଧିକାରୀ ମାନଙ୍କୁ ବୃଦ୍ଧ ବୃଦ୍ଧା ଓ ଅକର୍ମଣ୍ୟ ବ୍ୟକ୍ତି ବିଶେଷଙ୍କ ଘରକୁ ଯାଇ ସେମାନଙ୍କୁ ସେବା ଯୋଗାଇ ଦେବା ପାଇଁ ପଂଚାୟତ ନିର୍ବାହୀ ଅଧିକାରୀ ଓ ସରପଂଚ ମାନଙ୍କୁ ନିର୍ଦ୍ଧେଶ ଦିସଆଯାଇଥିଲା । ଏହି ଶିବିରରେ ସମସ୍ତ ପଂଚାୟତର ସରପଂଚ, ସମିତି ସଭ୍ୟ, କନିଷ୍ଠ ଯନ୍ତ୍ରୀ , ପଂଚାୟତ ନିର୍ବାହୀ ଅଧିକାରୀ, ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଓ ସମସ୍ତ ଲାଇନ୍ ମ୍ୟାନ୍ ଉପସ୍ଥିତ ଥିଲେ ।