ନିଶ୍ଚିନ୍ତକୋଇଲି,୨୮/୧୦/୨୦୨୨(ଓଡିଶା ସମାଚାର /ଅଭୟ ଜେନା )- ଜନାର୍ଦ୍ଦନପୁର ପଞ୍ଚାୟତ ଗୋପୀନାଥ ପୁର ତନ୍ତୁବାୟ ବସ୍ତି ରେ ସେମାନଙ୍କର ଆରାଧ୍ୟ ଦେବତା ଗିରି ଗୋବର୍ଦ୍ଧନ ଙ୍କର ପୂଜା ଯଥାବିଧି ଅନୁଷ୍ଠିତ ହେଉଛି । ବହୁ ପୁରାତନ କାଳରୁ ଏହି ପୁଜା ଉତ୍ସବ ଅନୁଷ୍ଠିତ ହୋଇ ଆସୁଛି । ଗିରି ଗୋବର୍ଦ୍ଧନ ଙ୍କ ପୂଜା ଉତ୍ସବ ସାତ ଦିନ ପର୍ୟ୍ୟନ୍ତ ପାଳିତ ହେବ । ଏହି ଅବସରରେ ଏକ ସମ୍ବର୍ଦ୍ଧନା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏଥିରେ ବହୁ ବୟୋଜ୍ୟେଷ୍ଠ କୁଶଳୀ ଅଭିଜ୍ଞ ବୁଣାକାର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଜନାର୍ଦ୍ଦନ ପୁର ଗ୍ରାମରେ ସେଠାକାର ବୁଣାକାର ମାନଙ୍କ ପକ୍ଷରୁ ପୂର୍ବ ଭଳି ଚଳିତ ବର୍ଷ ଗିରି ଗୋବର୍ଦ୍ଧନ ଙ୍କ ମେଢ ସ୍ଥାପନ କାରାଯାଇ ପୂଜାର୍ଚନା କରାଯାଉଛି । ଉଭୟ ଗ୍ରାମର ତନ୍ତୁବାୟ ବୁଣାକାର ମାନେ ବିଗତ ପୁରାତନ କାଳ ରୁ ନିଜସ୍ୱ କଳା ଚାତୁର୍ଯ୍ୟ ଓ ବାନ୍ଧ କୌଶଳ ମାଧ୍ୟମରେ ପ୍ରସ୍ତୁତ ହସ୍ତ ତନ୍ତ ଖଦି ସାମଗ୍ରି ସମଗ୍ର ଓଡିଶା ଓ ବାହାରେ ପ୍ରସିଦ୍ଧି ଲାଭ କରିଥିଲା । ତେବେ ବିଲୁପ୍ତ ହୋଇ ଆସୁଥିବା ଏହି କୌଳିକ ବୃତ୍ତି କୁ ପୁନର୍ବାର ଚାଲୁ ରଖିବା ପାଇଁ ଏହି ଅବସରରେ ସରକାର ଙ୍କ ନିକଟରେ ସେମାନେ ଦାବିକରିଛନ୍ତି ।