Wednesday , May 31 2023
Breaking News
Home / ବିଶେଷ / ପରାଗ ବେଳେ ହେତୁବାଦୀଙ୍କ ବିଧର୍ମୀ କାର୍ଯ୍ୟକୁ ବଳଦେବ ସେନା ଓ ସେବାୟତଙ୍କ ବିରୋଧ

ପରାଗ ବେଳେ ହେତୁବାଦୀଙ୍କ ବିଧର୍ମୀ କାର୍ଯ୍ୟକୁ ବଳଦେବ ସେନା ଓ ସେବାୟତଙ୍କ ବିରୋଧ

କେନ୍ଦ୍ରାପଡ଼ା, ୨୮/୧୦/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀୟୁଙ୍କ ସେବାୟତ ଓ ବଳଦେବ ସେନାର ମିଳିତ ସହଯୋଗରେ ସୂର୍ଯ୍ୟପରାଗ ସମୟରେ ପାକନୀତି ନିଷିଦ୍ଧ ଥିବାବେଳେ ସର୍ବସମ୍ମୁଖରେ ଆମିଷ ଭୋଜନ କରି ହିନ୍ଦୁ ଧର୍ମକୁ ଉପହାସ କରିବା ଘଟଣାକୁ ନେଇ ଦୃଢ ନିନ୍ଦା କରାଯିବା ସହ ଶୁକ୍ରବାର ଶ୍ରୀବଳଦେବଜୀୟୁଙ୍କ ମନ୍ଦିର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିସହିତ ହେତୁବାଦୀଙ୍କ କୁଶପୂତଳିକା ଦାହ କରାଯାଇଥିଲା । ଯଦି ଆଗାମୀ ଦିନରେ ହେତୁବାଦୀମାନେ ଏଭଳି କାର୍ଯ୍ୟ କରନ୍ତି ତେବେ ସେବାୟତ ଓ ବଳଦେବସେନା ପକ୍ଷରୁ ରାଜରାସ୍ତାକୁ ଓହ୍ଲାଇବା ସହ ସେମାନଙ୍କ ବିରୁଦ୍ଧରେ ଆଇନର ଆଶ୍ରୟ ନିଆଯିବ ବୋଲି ଚେତାବନୀ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ସେବାୟତ ନୃସିଂହ ପତ୍ରୀ, ଜ୍ୟୋତିରଞ୍ଜନ ପତ୍ରୀ, ସୁରେଶ ପତ୍ରୀ, ରବିନ୍ଦ୍ର ସୁଆର, ରଞ୍ଜନ ସୁଆର, ନିରଞ୍ଜନ ସୁଆର, ଧର୍ମଦର୍ଶୀ କର, ପ୍ରମୋଦ କର, ପୁପୁନ ସ୍ୱାଇଁ, ଶଶିକାନ୍ତ ସୁଆର, ମହେଶ୍ୱର ପତ୍ରୀ, ନିରଞ୍ଜନ ମେକାପ, ଗଣେଷ ପତ୍ରୀ, କାର୍ୀକ ସୁଆର, ହରିଚନ୍ଦନ ସୁଆର, ହୃଷିକେଶ ପତ୍ରୀ ପ୍ରମୁଖ ଯୋଗଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

Leave a Reply

Your email address will not be published.