Sunday , May 28 2023
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ଧଉଳି ଶାନ୍ତି ସ୍ତୂପର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଆଜି-

ଧଉଳି ଶାନ୍ତି ସ୍ତୂପର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଆଜି-

ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୨୮ /୧୦/୨୦୨୨(ଓଡ଼ିଶା ସମାଚାର)-ଆଜି (୨୮ ତାରିଖରେ) ଧଉଳି ଶାନ୍ତିସ୍ତୂପର ୫୦ ବର୍ଷପୂର୍ତ୍ତି ପାଳନ କରାଯିବ। ଏହି ଅବସରରେ ସ୍ତୂପ ପରିସରରେ ପାଳିତ ହେବାକୁ ଯାଉଥିବା ଗୋଲଡେନ୍ ଜୁବିଲି (ସୁବର୍ଣ୍ଣ ଜୟନ୍ତୀ)ସମାରୋହକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ । ଉତ୍ସବରେ ଦେଶ ବିଦେଶରୁ ବହୁ ବୌଦ୍ଧ ସନ୍ନ୍ୟାସୀ ଯୋଗଦେଇଥିବା ବେଳେ ଜାପାନରୁ ୩୯, ଆମେରିକାରୁ ୧୦ଜଣ ସନ୍ନ୍ୟାସୀ ଯୋଗ ଦେଇଛନ୍ତି। ଏହି ଅବସରରେ ଓଡ଼ିଶାର ବିଭିନ୍ନ କୀର୍ତ୍ତିରାଜିର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପ୍ରତି ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସେମାନେ ପ୍ରଶଂସା କରିଛନ୍ତି। ସକାଳ ୮ଟାରୁ ଦିନ ୧ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ନିମନ୍ତେ ଶାନ୍ତିସ୍ତୂପ ଦର୍ଶନ ବନ୍ଦ ରହିବା ସହିତ ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ସମାରୋହ ତଥା ପୂଜା ମହୋତ୍ସବ ଅନୁଷ୍ଠିତ ହେବ। ଏନେଇ ଉନ୍ନତିକରଣ କାର୍ଯ୍ୟକୁ ମୁଖ୍ୟ ଶାସନ ସଚିବ ସମୀକ୍ଷା କରିଛନ୍ତି।

Leave a Reply

Your email address will not be published.