ରଘୁନାଥପୁର,୨୮/୧୦/୨୦୨୨(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ତଅଁରା ପଂଚାୟତ ଶାଳିଜଙ୍ଗାସ୍ଥିତ ସାଇ ମନ୍ଦିର ପରିସରରେ ଜିଲା କୃଷକ ସଭା ଅନୁଷ୍ଠିତ ହୋଇ ଯାଇଛି । ଜିଲାର ବିଭିନ୍ନ ଚାଷୀ ସମସ୍ୟା ନେଇ ବୈଠକରେ ଆଲୋଚନା କରାଯାଇଥିଲା । ବିଗତ ଲଗାଣ ବର୍ଷାରେ ରଘୁନାଥପୁରର କ୍ଷତିଗ୍ରସ୍ତ ମତ୍ସ୍ୟା ଚାଷୀମାନେ ବ୍ଲକ୍ ମତ୍ସ୍ୟ ଅଧିକାରିଣୀଙ୍କ ଅବହେଳା ପାଇଁ କ୍ଷତି ପୂରଣ ପାଇନଥିବାରୁ କ୍ଷତିଗ୍ରସ୍ତ ଚାଷୀମାନେ ଅସନୋଷ ପ୍ରକଟ କରିଥିଲେ । ଏଥି ପାଇଁ ଜିଲାପାଳଙ୍କୁ ଅଭିଯୋଗ କରିବା ପାଇଁ ବୈଠକରେ ସ୍ଥିର କରାଗଲା । ମହାନଦୀରେ ଏକ ଦ୍ୱିତିୟ ବ୍ୟାରେଜ କୁଜଙ୍ଗ ଠାରେ ନିର୍ମାଣ କରିବାକୁ ସରକାରଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପନ ପାଇଁ ମତ ପ୍ରକାଶ ପାଇଥିଲା । ସଂଗଠନର ସଭାପତି ଗୋବିନ୍ଦ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସଂଗଠନର ସମ୍ପାଦକ ଇଂ ବାବାଜୀ ଚରଣ ଜେନା , ଉପସଭାପତି ଦିଲିପ କୁମାର ରଥ , ଶାରଦା ରାୟ, ଉପନଦେଷ୍ଟା ଅଜୟ ନାୟକ, ଡ଼ ସୁରେନ୍ଦ୍ର ମହାପାତ୍ର, ଶରତ ବାରିକ, ପାଥଁସଖା ପାଲଟାସିଂ, ଅରୁଣ ସ୍ୱାଇଁ, ଗଙ୍ଗାଧର ଜେନା , ଶଶିଭୁଷଣ ଦାସ ବିଭିନ୍ନ ଚାଷ ସମସ୍ୟା ଉପରେ ଆଲୋଚନା କରିଥିଲେ । କୋଷାଧ୍ୟକ୍ଷ ସିଦ୍ଧାର୍ଥ ତି୍ରପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।