ରଘୁନାଥପୁର,୨୮/୧୦/୨୦୨୨(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରୀ ଆଜି ରଘୁନାଥପୁର ତହସିଲ କାର୍ଯ୍ୟାଳୟରେ ପହଂଚି ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟ ଓ ତହସିଲ କାର୍ଯ୍ୟର ସମୀକ୍ଷା କରିଥିଲେ । ଜିଲ୍ଲାପାଳ ଶ୍ରୀମତି ପଟୱାରୀ ତହସିଲ ଓ ରାଜସ୍ୱ ନୀରିକ୍ଷକଙ୍କ ମଧ୍ୟରେ କେତେ ଚିଠି ଯାଇଛି ଓ ତାହାର ସଠିକ୍ କାର୍ଯ୍ୟ ରାଜସ୍ୱ ନୀରିକ୍ଷକ ମାନେ କରିଛନ୍ତି କି ନାହିଁ ତାହା ଗୋଟି ଗୋଟି କରି ବୁଝିଥିଲେ । ଏହି ସମୀକ୍ଷା କାର୍ଯ୍ୟରେ ରଘୁନାଥପୁର ତହସିଲଦାର ରୂପାଲିକା ଦାଶ, ଅତିରିକ୍ତ ତହସିଲଦାର ପ୍ରୟଦର୍ଶି ସଂଗ୍ରାମ କେଶରୀ ଖୁଂଟିଆ, ସୁପରଭାଇଜର ସୁଦାମ ଚରଣ ଗୁରୁ, ମୁଖ୍ୟକିରାଣି ଜିତେନ୍ଦ୍ର କୁମାର ବରାଳ, ନାଜିର ଗୋବର୍ଦ୍ଧନ ବିଶ୍ୱାଳ, ୬ଗୋଟି ରାଜସ୍ୱ ସର୍କଲର ରାଜସ୍ୱ ନୀରିକ୍ଷକ ଲିଜାରାଣୀ ପରିଡା, ପ୍ରଜ୍ଞାପରମିତା କୁଅଁର, ଅର୍ଜୁନୀ ସାମଲ, ମଣିକାନ୍ତ ବିଶ୍ୱାଳ ପ୍ରମୁଖ ଜିଲ୍ଲାପାଳଙ୍କୁ ସେମାନଙ୍କ କାର୍ଯ୍ୟର ରିପୋର୍ଟ ପ୍ରଦାନ କରିଥିଲେ ।