Wednesday , May 31 2023
Breaking News
Home / ବିଶେଷ / ଚେନାଏ ହସ ପୁସ୍ତକ ଉନ୍ମୋଚିତ    

ଚେନାଏ ହସ ପୁସ୍ତକ ଉନ୍ମୋଚିତ    

ରଘୁନାଥପୁର,୨୮/୧୦/୨୦୨୨(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ ସାଦେଇପୁର ପଂଚାୟତର ରାଉତନୂଆଗାଁ ଗ୍ରାମର ଅଗସ୍ତିମୁନୀ ଆଶ୍ରମରେ ଆଜି କବି ଆଇନଜୀବି ପ୍ରତାପ ମହାପାତ୍ରଙ୍କ ଦ୍ୱାରା ଲିଖିତ ପୁସ୍ତକ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ଏହି ଉସôବରେ ବରିଷ୍ଠ ଆଇନଜୀବି ବିଷ୍ଣୁଚରଣ ତ୍ରିପାଠୀ ପୌରହିତ୍ୟ କରି ପୁସ୍ତକ ହେଉଛି ସମାଜର ଦର୍ପଣ ବୋଲି କହିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ଇତିଶ୍ରୀ ମଲ୍ଲିକ ଯୋଗଦେଇ କବିର କବିତା ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରେ ବୋଲି କହିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ସରପଂଚ ପ୍ରଭାସିନୀ ପ୍ରଧାନ ଯୋଗଦେଇ ଛାତ୍ରଛାତ୍ରୀ ମୋବାଇଲ ଛାଡି, ପୁସ୍ତକ ପଢିବାରେ ଅଧିକ ସମୟ ଦେବାକୁ ଆହ୍ୱାନ ଦେଇଥିଲେ । ଏଥିରେ ସମାଜସେବୀ ସର୍ବେଶ୍ୱର ପଣ୍ଡା, ପୂର୍ବତନ ପ୍ରଧାନଶିକ୍ଷକ ବିଜୟ ରଥ,ସାମ୍ବାଦିକ ବିଜୟ କୁମାର ସ୍ୱାଇଁ, ଜିଲ୍ଲା ସାମ୍ବାଦିକ ୟୁନିୟନ ସଭାପତି ଶୁଭଙ୍କର ଜେନା, ସାମ୍ବାଦିକ ଦିପ୍ତୀ ମହାନ୍ତି, ଜିଲ୍ଲା ସାମ୍ବାଦିକ ସଂଘର ଉପସଭାପତି ସୁଜନ କୁମାର ମୁଦୁଲି, ସାମ୍ବାଦିକ ପ୍ରଦିପ୍ତ ନାୟକ, ସାମ୍ବାଦିକ ତପନ କୁମାର ସ୍ୱାଇଁ, ସାମ୍ବାଦିକ ସୁବାସ ସିଂହ, ସାମ୍ବାଦିକ ବିଭୂତି ମଲ୍ଲ, ସମାଜସେବୀ ବିଜୟ ସାମଲ, ଗୋଲେଖ ମହାରଣା, ବଟକୃଷ୍ଣ ମହାପାତ୍ର, ପୂର୍ବତନ ସରପଂଚ ବଂଶୀଧର ସ୍ୱାଇଁ, ପ୍ରଧାନଶିକ୍ଷକ ଶରତ ମହାରଣା, ସୁଶାନ୍ତ ମହାନ୍ତି, ଟହଲି ବେହେରା, ସଞ୍ଜୟ କୁମାର ବେହେରା, ମଙ୍ଗଳଧ୍ୱଜ ବେହେରା, ନିମାଇଁ ଚରଣ ନାୟକ ପ୍ରମୁଖ ଯୋଗଦେଇ ସମାଜର ପରିବର୍ତନକୁ ସାହିତ୍ୟ କାନ୍ଭାସରେ ବାନ୍ଧି ରଖିବାକୁ ଆହ୍ୱାନ ଦେଇଥିଲେ । ପ୍ରାରମ୍ଭରେ କବୟିତ୍ରୀ ତେଜସ୍ୱିନୀ ପଣ୍ଡା ଚେନାଏ ହସ ପୁସ୍ତକର ସମୀକ୍ଷା କରିଥିଲେ । ଏହି ଅବସରରେ ସମସ୍ତ ସାମ୍ବାଦିକ ଓ ଅତିଥି ମାନଙ୍କୁ ମୁଖ୍ୟଅତିଥି ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

Leave a Reply

Your email address will not be published.